ଅହମଦାବାଦ୍(ଓଡ଼ିଆ ନ୍ୟୁଜ୍): ଭାରତୀୟ ସେନା ନିଜର ସାହସିକତା ଏବଂ କୌଶଳ ସମସ୍ତଙ୍କୁ ବେଶ୍ ଜଣା । ବିଶେଷ କରି ଶତ୍ରୁମାନେ ବି ଭାରତୀୟ ସେନାର ଦକ୍ଷତା ବିଷୟରେ ଭଲସେ ଜାଣନ୍ତି । ହଁ ଆଜ୍ଞା ଯୁଦ୍ଧକ୍ଷେତ୍ର ହେଉ କିମ୍ବା ବିଭିନ୍ନ ବିପର୍ଯ୍ୟୟ ସବୁ ସମୟରେ ଆଗକୁ ଆସିଥାଆନ୍ତି । ଠିକ ସେମିତି ଏକ ଚମତ୍କାରିତା ଦେଖାଉଛନ୍ତି ଭାରତୀୟ ସେନା । ୩୦୦ ଫୁଟ ବୋରୱେଲରେ ଖସି ପଡିଥିବା ଏକ ଶିଶୁକୁ ଉଦ୍ଧାର କରିଛନ୍ତି ସେନାର ଜଣେ ଅଧିକାରୀ। ଟିକେ ଭଲକରି ନଜର ପକାନ୍ତୁ ଏ ଦୃଶ୍ୟ ଉପରକୁ । ଶିଶୁଟିଏ ଖସିପଡ଼ିଛି ୩୦୦ ଫୁଟ ବୋରୱେଲ ତଳକୁ । ଆଉ ତାକୁ ଅତି ସତର୍କତାର ସହ ଉଦ୍ଧାର କରୁଛନ୍ତି ଜଣେ ସେନା ଅଧିକାରୀ । ଏଭଳି ଗଟଣା ଘଟିଛି ଗୁଜୁରାଟର ସୁରେନ୍ଦ୍ରନଗର ଜିଲ୍ଲାରେ । ସେନାର ଏହି ସଫଳ ଅପରେସନ ପରେ ଭାରତୀୟ ସେନାକୁ ପ୍ରଶଂସାର ସୁଅ ଛୁଟୁଛି ।
ଅଧିକାରୀଙ୍କ କହିବାନୁସାରେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଏକ ଛୋଟ ଶିଶୁ ଶିବମ ଖେଳୁଥିବା ବେଳେ ପାଖ ବୋରୱେଲରେ ଖସି ପଡିଥିଲା । ତାଙ୍କ ବାପା-ମା ସେହି ଫାର୍ମରେ କାମ କରନ୍ତି। ତେବେ ଶିବମ ୩୦ ଫୁଟ ଗଭୀର ଏହି ବୋରୱେଲର ରେ ଫସିଯାଇଥିବା ଜଣାପଡିଥିଲା । ପିଲାଟିକୁ ଉଦ୍ଧାର କରିବା ପାଇଁ ପୋଲିସକୁ ସୂଚନା ଦେଇଥିଲେ ପରିବାର ଲୋକେ । ଖବର ପାଇଁ ଭାରତୀୟ ସେନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରେସ୍କୁ ଅପରେସନ ଆରମ୍ଭ କରିଥିଲେ । ଏକ ହୁକ ତିଆରି କରି ବୋରୱେଲ ଭିତରକୁ ପକା ଯାଇଥିଲା । ଶିବମର ପୋଷାକରେ ଏହି ହୁକ ଲାଗି ଯିବାରୁ ଧିରେ ଧିରେ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି ଭାରତୀୟ ଯବାନ । ତେବେ ଏହି ସମସ୍ତ ଘଟଣାର ଏକ ଛୋଟ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।