ଜୁନ ୨୩ ବିରୋଧୀ ମହାମେଳିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି, କହିଲା ଏଥର ବି ଜନମତ ଯିବ ମୋଦୀଙ୍କ ସପକ୍ଷରେ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁନ ୨୩ରେ ବିରୋଧୀ ମହାମେଳିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେପି। ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, ମେଣ୍ଟ କରି ବିଲୁଆ ବିଚାର ଯେତେ କଲେ ବି ମ୍ୟାଣ୍ଡେଟ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ। ଅତୀତରେ ଏଭଳି ଥାର୍ଡ ଫ୍ରଣ୍ଟ, ଫୋର୍ଥ ଫ୍ରଣ୍ଟ ବହୁତ ମେଣ୍ଟ ତିଆରି କରିବା ଆରମ୍ଭ କରିଛନ୍ତି, କିନ୍ତୁ ଲୋକଙ୍କ ମ୍ୟାଣ୍ଡେଟ ଆଗରେ କୌଣସି ମେଣ୍ଟ ସଫଳ ହୋଇନାହିଁ | ଲୋକ ଏମାନଙ୍କୁ ସବୁବେଳେ ଅଗ୍ରାହ୍ୟ କରିଛନ୍ତି, ତେଣୁ ଆଜି ବି ସ୍ପଷ୍ଟ ଅଛି ଯେ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବେ ଆଉ ଥରେ ନରେନ୍ଦ୍ର ମୋଦୀ ଅଧିଷ୍ଠିତ ହେବେ। ଏଥିରେ କୌଣସି ପ୍ରକାର ଦ୍ଵନ୍ଦ ନାହିଁ। ଭାରତର ସାଧାରଣ ଲୋକ, ଧନୀ ଲୋକଙ୍ଠୁ ଆରମ୍ଭ କରି ମଧ୍ୟବିତ୍ତଙ୍କଠୁ ଆରମ୍ଭ କରି ଗରିବ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରିଛନ୍ତି ଏ କଥାକୁ ଯେ ଦେଶକୁ କିଏ ନେତୃତ୍ୱ ଦେଇ ପାରୁଛନ୍ତି ବା ଦେଇ ପାରିବେ। ସେଥିପାଇଁ ନରେନ୍ଦ୍ର ମୋଦୀଙ୍କ ଛଡ଼ା ଆଉ କେହି ଦ୍ଵିତୀୟ ଲୋକ ନାହିଁ। ତେଣୁ ସେ ଦିଗରୁ ମେଣ୍ଟ କରି ବିଲୁଆ ବିଚାର ଯେତେ କଲେ ବି ମ୍ୟାଣ୍ଡେଟ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ ରହିବ।

ଏଣେ  ବିରୋଧୀଙ୍କ ଏକତା ପ୍ରସଙ୍ଗ ବିଜେଡି ଆଭିମୁଖ୍ୟକୁ ନେଇ ବିଜେଡି ଉପ ସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିରୋଧୀ ଏକତାରେ ଯେଉଁମାନେ ଯୋଗଦେଇଛନ୍ତି ସେମାନଙ୍କ ସହ ଆମର କୌଣସି ସମ୍ବନ୍ଧ ନାହିଁ। ଗଣମାଧ୍ୟମ ଯେମିତି ଜାଣୁଛି, ଆମେ ମଧ୍ୟ ସେମିତି ଜାଣୁଛୁ। ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଲିୟର କରିଛନ୍ତି ବର୍ତମାନ ସେଭଳି କୌଣସି କମ୍ବିନେଶନରେ ବିଜେଡି ନାହିଁ। ତତ୍କାଳୀନ ପରିସ୍ଥିତି ଆସୁ ତାଙ୍କ ଆମନ୍ତ୍ରଣ ଆସୁ ଆମ ଦଳର ସୁପ୍ରିମୋ ବିଚାର ଆଲୋଚନା କରି ନିଷ୍ପତ୍ତି ନେବେ। ଏବେ ସେ ସମ୍ବନ୍ଧରେ ଆଲୋଚନା କରିବା ଯୁକ୍ତିସଂଗତ ନୁହେଁ।

Leave A Reply

Your email address will not be published.