ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ କରିବେ ବସ ମାଲିକ ସଂଘ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସରିଲା କଟକ ଘରୋଇ ବସ୍ ମାଲିକ ସଂଘ ବୈଠକ। ଏହି ବୈଠକରେ ଆସନ୍ତା ୨୨ ତାରିଖ ଦିନ ବିଧାନସଭା ଆଗରେ ପ୍ରତିବାଦ ନିଷ୍ପତ୍ତିକୁ ସମ୍ମତି ପ୍ରଦାନ କରାଯାଇଛି। ୧୦୦ ଜଣ ବସ୍ ମାଲିକ ଏହି ପ୍ରତିବାଦରେ ସାମିଲ୍ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବସ ମାଲିକ ସଂଘକୁ ସମର୍ଥନ ଜଣାଇଲା କଟକ ଘରୋଇ ବସ ମାଲିକ ସଂଘ ।

ଧାରଣାରେ କଟକ ଘରୋଇ ମାଲିକ ସଙ୍ଘ ପକ୍ଷରୁ ଯୋଗ ଦେବେ ଶତାଧିକ ମାଲିକ । ଆସନ୍ତା ୨୨ ତାରିଖରେ ବିଧାନସଭା ସମ୍ମୁଖରେ ଧାରଣା ଦେବ ରାଜ୍ୟ ଘରୋଇ ମାଲିକ ସଂଘ । ସକାଳ ୭ ଘଟିକାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ରାଜ୍ୟର ୧୦୦୦ରୁ ଊର୍ଦ୍ଧ୍ବ ବସ୍‌ ମାଲିକ ହେବେ ସାମିଲ । ସେହିପରି 1 ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବସ ବନ୍ଦ ରଖିବା ନେଇ ସୂଚନା ଦେଇଛନ୍ତି କଟକ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ । ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ବୁଧବାର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଲକ୍ଷ୍ମୀ ବସ୍‌ ଚଳାଚଳ କ୍ଷେତ୍ରରେ ଘରୋଇ ପରିବହନ ପ୍ରତି ବୈମାତୃକଭାବ ପୋଷଣ କରାଯାଇଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଅଭିଯୋଗ କରାଯାଇଛି ଯେ ମୋ ବସ ଚଳାଚଳ କ୍ଷେତ୍ରରେ କୌଣସି ନୀତି ନିୟମ କାର୍ଯ୍ୟକାରୀ ହେଉନାହିଁ। କେବଳ ସହରାଞ୍ଚଳରେ ଚାଲିବାକୁ ଥିବାରୁ ତାହା ଅନ୍ୟାନ୍ୟ ରୁଟ୍‌ରେ ଚଳାଚଳ କରିବାରୁ ଘରୋଇ ସଂସ୍ଥା ଗୁଡିକ ଅନେକ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି।

ତେଣୁ ଲକ୍ଷ୍ମୀ ଯୋଜନାରେ ବ୍ଲକ୍‌ରୁ ଜିଲ୍ଲା ସଦର ମହକୁମାକୁ ବସ୍‌ ଚଳାଚଳ ନ କରିବା, ଯେଉଁ ବ୍ଲକ୍‌ ମହକୁମାରୁ ସହରାଞ୍ଚଳରେ ଥିବା ଏନ୍‌ଏସି ପରିସୀମା ମଧ୍ୟରେ ଥିବା ଏବଂ ସେହି ରୁଟ୍‌ରେ ଘରୋଇ ବସ୍‌ ଚାଲୁଥିବ ତାହା କ୍ଷତିର ଭରଣ କରାଯାଉ, ଯାତ୍ରୀ ଭଡ଼ା ସମସ୍ତ ବର୍ଗର ଯାତ୍ରୀମାନଙ୍କ ପାଇଁ ସମାନ କରାଯାଉ, ଏଥିରେ ଲକ୍ଷ୍ମୀ ବସ୍‌ ବା ଘରୋଇ ବସ ମଧ୍ୟରେ ତାରତମ୍ୟ ନ କରାଯାଉ, ଯାତ୍ରୀ ମାନଙ୍କୁ ରିହାତି କୁପନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉ, କ୍ଷତିଗ୍ରସ୍ତ ହେଉଥିବା ବସ୍‌ ମାଲିକମାନଙ୍କୁ ଅତିରିକ୍ତ ଏମ୍‌ଭି ଟ୍ୟାକ୍ସ ଛାଡ଼ କରାଯାଉ ବୋଲି ଦାବି ରଖିଥିଲେ।

Leave A Reply

Your email address will not be published.