ଆଣ୍ଟି ସ୍ମଗ୍ ଟାୱାର କଣ ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରତେକ ବର୍ଷ ଶୀତ ଦିନେ, ନୂଆଦିଲ୍ଲୀରେ ବାୟୁପ୍ରଦୂଷଣର ମାତ୍ର ବୃଦ୍ଧି ପାଉଛି , ଯାହା ଏହାର ଜନସଂଖ୍ୟା, ବିଶେଷ କରି ଶିଶୁ ଏବଂ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଉଛି | ତେବେ ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ପ୍ରଦୂଷଣ ହ୍ରାସ କରିବାରେ ନୋଏଡା ଠାରେ ନିର୍ମିତ ଏକ ଆଣ୍ଟି-ସ୍ମଗ୍ ଟାୱାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।

ଯାହାକୁ ଡିଏନଡ଼ି ଫ୍ଲାଏ ଓଭର ନିକଟରେ ସ୍ଥାପନ କରାଯାଇଛି। ଯାହା ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତରକୁ ହ୍ରାସ କରିବାରେ ବହୁତ ସାହୟକ ହେଉଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ବିପଜ୍ଜନକ ବାୟୁ ଗୁଣବତ୍ତା ସ୍ତର ମଧ୍ୟରେ ଉତ୍ତର ପ୍ରଦେଶ ନୋଏଡ଼ା ଅଞ୍ଚଳରେ ସ୍ଥାପିତ ହୋଇଥିବା ଆଣ୍ଟି ସ୍ମଗ୍ ଟାୱାରବାୟୁ ପ୍ରଦୂଷଣ ସ୍ତରକୁ ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଯାହାକୁ ନୋଏଡ଼ା ଡିଏନଡ଼ି ଫ୍ଲାଏ ଓଭର ନିକଟରେ ସ୍ଥାପନ କରାଯାଇଛି।

ଯାହାର ଉଚ୍ଚତା ହେଉଛି ୨୦ ମିଟର। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ଅଧିନରେ ନୂତନ ଓଖଲା ଔଦ୍ୟୋଗିକ ବିକାଶ ପ୍ରାଧିକରଣ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ ଦ୍ୱାରା ଗତ ୨୦୨୧ ବର୍ଷରେ ଏକ ଆଣ୍ଟି ସ୍ମଗ୍ ଟାୱାର ନିର୍ମାଣ କରାଯାଇଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ଭାବରେ କାର୍ଯ୍ୟ କରୁଛି।

Leave A Reply

Your email address will not be published.