ଇଡିର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଲେ କେନ୍ଦ୍ର ସରକାର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ୟ୍ୟକାଳ ବୃଦ୍ଧି କରିବାକୁ କେନ୍ଦ୍ର ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛି। ଜୁଲାଇ ୨୭ ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ଏକ ନିଷ୍ପତ୍ତି ଅନୁଯାୟୀ, ଏସ.କେ ମିଶ୍ରଙ୍କ ଇଡି ନିର୍ଦ୍ଦେଶକ ଭାବେ କାର୍ୟ୍ୟକାଳ ୩୧ ଜୁଲାଇରେ ଶେଷ ହେବ । ଇଡି ନିର୍ଦ୍ଦେଶକ ଏସ.କେ ମିଶ୍ରଙ୍କ କାର୍ୟ୍ୟକାଳ ବୃଦ୍ଧି କରିବାକୁ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏସ.ଜି. ତୁଷାର ମେହେଟ୍ଟା ଏହି ଆବେଦନ ଉପରେ ଉଲ୍ଲେଖ କରିଛନ୍ତି।

ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୭ ରେ, ଅପରାହ୍ନ ୩:୩୦ ରେ ଶୁଣାଣି ହେବ । ଉଲ୍ଲେଖନୀୟ କଥା ହେଉଛି, ଏହାପୂର୍ବରୁ କେନ୍ଦ୍ର ସରକାରଙ୍କୁ କୋର୍ଟରୁ ନିରାଶାର ସମ୍ମୁଖୀନ ହେବାକୁ ପଡିଥିଲା। ଏହାର ଆଦେଶରେ କୋର୍ଟ ଏସ.କେ ମିଶ୍ରଙ୍କ ସମ୍ପ୍ରସାରଣକୁ ତୃତୀୟ ଥର ପାଇଁ ବେଆଇନ ବୋଲି କହିଛନ୍ତି ଏବଂ ଜୁଲାଇ ୩୧ ସୁଦ୍ଧା ତାଙ୍କ ପଦ ଛାଡିବାକୁ କହିଥିଲେ।

Leave A Reply

Your email address will not be published.