ସିଲିସିଟର ଜେନେରାଲ ଭାବେ ତୁଷାର ମେହେଟାଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସରକାର ତୁଷାର ମେହେଟ୍ଟାଙ୍କୁ ସଲିସିଟର ଜେନେରାଲ ଭାବେ ପୁନଃ ନିଯୁକ୍ତ କରିଛନ୍ତି। ଶୁକ୍ରବାର (ଜୁନ୍ ୩୦) କେନ୍ଦ୍ର ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ତୁଷାର ମେହେଟ୍ଟାଙ୍କୁ ସଲିସିଟର ଜେନେରାଲ୍ ଭାବରେ ପୁନଃ ନିଯୁକ୍ତିକୁ କ୍ୟାବିନେଟର ନିଯୁକ୍ତି କମିଟି ଅନୁମୋଦନ କରିଛି। ସେମାନେ ତିନି ବର୍ଷ ପର୍ୟ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ୟ୍ୟନ୍ତ କାର୍ୟ୍ୟ କରିବେ।

ଅତିରିକ୍ତ ସଲିସିଟର ଜେନେରାଲ ଭାବେ ବିକ୍ରମଜିତ୍ ବାନାର୍ଜୀ, କେ.ଏମ ନଟରାଜ, ବଲବୀର ସିଂ, ଏସ୍.ଭି ରାଜୁ, ଏନ ଭେଙ୍କଟାରାମନ୍ ଏବଂ ଐଶ୍ୱର୍ୟ୍ୟା ଭଟ୍ଟୀଙ୍କୁ ନିଯୁକ୍ତି ଦିଆଯାଇଛି। ଅତିରିକ୍ତ ସଲିସିଟର ଜେନେରାଲ୍ ଭାବରେ ମାଧବୀ ଡିଭାନ୍, ସଞ୍ଜୟ ଜେନା ଏବଂ ଜୟନ୍ତ କେ ସୁଦଙ୍କ କାର୍ୟ୍ୟକାଳ ଶେଷ ହୋଇଛି।

ଅକ୍ଟୋବର ୨୦୧୮ ରେ କେନ୍ଦ୍ର ସରକାର ତତ୍କାଳୀନ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ସଲିସିଟର ଜେନେରାଲ ଭାବରେ ନିଯୁକ୍ତ କରିଥିଲେ। ଜୁନ୍ ୨୦୨୦ ରେ, କେନ୍ଦ୍ର ତାଙ୍କୁ ୧ ଜୁଲାଇ ୨୦୨୦ ଠାରୁ ତିନି ବର୍ଷ ପର୍ୟ୍ୟନ୍ତ ସଲିସିଟର ଜେନେରାଲ୍ ଭାବରେ ନିଯୁକ୍ତ କରିଥିଲା।

Leave A Reply

Your email address will not be published.