ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାଧାରଣ ଖାଉଟି ମାନଙ୍କ ଉପରେ ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ପାଲଟିଛି । ଏହାରି ଭିତରେ ଟମାଟକୁ ନେଇ ଆସିଲା ଖୁସି ଖବର । ଟମାଟୋ ଦର ପୁଣି କମ୍ କଲେ କେନ୍ଦ୍ର ସରକାର । ସରକାରଙ୍କ ତରଫରୁ ସାଧାରଣ ଲୋକଙ୍କୁ ଯୋଗେଇ ଦିଆଯାଉଥିବା ସବସିଡି ଟମାଟୋ ଏଣିକି କିଲୋ ପିଛା ୮୦ ଟଙ୍କା ନୁହେଁ ବରଂ ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଜୁଲାଇ ୨୦ ତାରିଖରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ।
କେନ୍ଦ୍ର ସରକାର ଗତ ସପ୍ତାହର ଶୁକ୍ରବାରଠାରୁ ରିହାତି ଦରରେ ଟମାଟୋ ବିକ୍ରି କରିବା ଆରମ୍ଭ କରିଥିଲେ । ବଜାରରେ ଟମୋଟୋର ବଢୁଥିବା ଦାମକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଥିଲେ । ପୂର୍ବରୁ ଟମାଟୋ କେଜି ପିଛା ୮୦ ଟଙ୍କାରେ ବିକ୍ରି କରାଯାଉଥିଲା । ଏବେ ଟମାଟୋ ଦାମ ବଜାରରେ କମ୍ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ଟମାଟୋ ଦାମ କମ୍ କରିଛନ୍ତି ।