ରାଗିଗଲେ ପ୍ରଧାନ ବିଚାରପତି, କହିଲେ ‘ମୋ ଅଧିକାରକୁ ଚ୍ୟାଲେଞ୍ଜ କରନାହିଁ’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଗିଗଲେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି । ସବୁବେଳେ ଶାନ୍ତ ରହୁଥିବା ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ଜଣେ ଆଇନଜୀବୀଙ୍କ ଉପରେ ରାଗିଯାଇଛନ୍ତି । ଏହାପରେ ସମ୍ପୃକ୍ତ ଆଇନଜୀବୀଙ୍କ ଉପରେ ବିରକ୍ତ ହୋଇଥିବାର ଦେଖାଯାଇଥିଲା । ଓକିଲ ତାଙ୍କ ଆବେଦନର ଶୁଣାଣି ପାଇଁ ଶୀଘ୍ର ତାରିଖ ପାଇଁ ଚାପ ପକାଉଥିଲେ । ପ୍ରଧାନ ବିଚାରପତି ଓକିଲଙ୍କୁ କହିଥିଲେ, “ମୋ ସହିତ ଏଭଳି ଚାଲ୍ କରନ୍ତୁ ନାହିଁ । ଏଠାରେ ଆବେଦନ କରିବା ପରେ, ଶୀଘ୍ର ତାରିଖ ପକାଇବା ପାଇଁ ଏହାକୁ ଅନ୍ୟତ୍ର ଦାଖଲ କରିବା ଉଚିତ୍ ବୋଲି କୁହନ୍ତୁ ନାହିଁ । ମୋ ଅଧିକାରକୁ ଚ୍ୟାଲେଞ୍ଜ କରନାହିଁ । ସଂପୃକ୍ତ ଓକିଲ ଏକ ମାମଲାର ଶୀଘ୍ର ଶୁଣାଣି ପାଇଁ ଦାବି କରିଥିଲେ । ଓକିଲ କହିଥିଲେ ଯେ, ଯଦି ସିଜେଆଇଙ୍କ ଅଧ୍ୟକ୍ଷତାରେ ଥିବା ବେଞ୍ଚ୍ ଅନୁମତି ଦିଅନ୍ତି ତେବେ ମାମଲାକୁ ଅନ୍ୟ ଏକ ବେଞ୍ଚ ଆଗରେ କରାଯିବ । ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ଼ ରାଗିଯାଇଥିଲେ । ଏହା ଉଚିତ୍ ପନ୍ଥା ନୁହେଁ, ଏପରି ଚଳିବ ନାହିଁ । ଏହା ପରେ ସଂପୃକ୍ତ ଓକିଲ ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ .।

 ଜବାବରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି , ଆପଣଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରାଯାଇଛି , କିନ୍ତୁ ମନେରଖନ୍ତୁ ମୋ ଅଧିକାରକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେ ଏପ୍ରିଲ ୧୭ ତାରିଖ ଧାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ଗତ ଫେବ୍ରୁଆରି ମାସରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଏକ ପିଟିସନ୍ ତାଲିକାଭୁକ୍ତ କରିବା ସମୟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ଜନୈକ ବରିଷ୍ଠ ଓକିଲଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ତାଙ୍କୁ ଅଦାଲତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଯୋଗ୍ୟ , ୧୯୫୯ ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଚନ୍ଦ୍ରଚୂଡ଼ ଦିଲ୍ଲୀର ସେଣ୍ଟ ଷ୍ଟିଫେନ କଲେଜରୁ ୧୯୭୯ରେ ଗ୍ରାଜୁଏଟ ହୋଇଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ଼ ଦିଲ୍ଲୀ ବିଶ୍ବ ବିଦ୍ୟାଳୟରେ ଏଲଏଲବି କରିଥିବା ବେଳେ ୧୯୮୩ରେ ସେ ହାଭାର୍ଡ ବିଶ୍ବବିଦ୍ୟାଳୟରୁ ଏଲଏଲଏମ୍‌ ଶେଷ କରିଥିଲେ । ୧୯୮୬ରେ ଜ‌ଷ୍ଟିସ ଚନ୍ଦ୍ରଚୂଡ଼ ‌ଏସ୍‌ଜେଡି (ଡକ୍ଟର ଅଫ୍‌ ଜୁଡିସିଆଲ ସାଇନ୍ସେସ୍‌) ଡିଗ୍ରି ହାସଲ କରିଥିଲେ । ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ଜଷ୍ଟିସ ଚନ୍ଦ୍ରଚୂଡ଼ ଅତିରିକ୍ତ ସଲିସିଟର ଜେନେରାଲ୍‌ ଥିଲେ । ୧୯୯୮ରେ ବମ୍ବେ ହାଇକୋର୍ଟ ତାଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଇଥିଲେ । ମାର୍ଚ୍ଚ ୨୯, ୨୦୦୦ରେ ଜଷ୍ଟିସ ଚନ୍ଦ୍ରଚୂଡ଼ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । . ଏହାପରେ ଜଷ୍ଟିସ ଚନ୍ଦ୍ରଚୂଡ଼ ୨୦୧୩ , ଅକ୍ଟୋବର ୩୧ରେ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ହୋଇଛନ୍ତି  । ୨୦୧୬, ‌ମେ’ ୧୩ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ତାଙ୍କର ପଦୋନ୍ନତି ହୋଇଥିଲା । ଏବେ ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ୫୦ତମ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଦାୟିତ୍ବ ସମ୍ଭାଳିଛନ୍ତି ।

Leave A Reply

Your email address will not be published.