ଅପରାହ୍ନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦାନା ବାନ୍ଧୁଛି ବାତ୍ୟା ‘ଦାନା’। ବଳ ଗୋଟାଉଛି। ଏକଜୁଟ୍‌ ହେଉଛି। ଯାହାକୁ ନେଇ ଏବେ ଏକପ୍ରକାର  ଆତଙ୍କିତ ହୋଇପଡ଼ଛନ୍ତି   ଓଡ଼ିଶାବାସୀ। ସମ୍ଭାବ୍ୟ ବାତ୍ୟାକୁ ନେଇ ସଜାଗ ହୋଇଛନ୍ତି ସରକାର । ତେବେ  ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାତ୍ୟା ସମୀକ୍ଷା କରିବେ । ଲୋକସେବା ଭବନରେ ବାତ୍ୟା ମୁକାବିଲା ପାଇଁ ଏହି ସମୀକ୍ଷା ବୈଠକ ହେବ ।

ବୈଠକରେ ରାଜସ୍ବ ମନ୍ତ୍ରୀ, ମୁଖ୍ୟ ସଚିବ, ଏସ୍‌ଆରସି ଉପସ୍ଥିତ ରହିବେ । ତେବେ ସୂଚନା ମୁତାବକ,  ଆଜି ଅପରାହ୍ନ ୪ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସମ୍ଭାବ୍ୟ ବାତ୍ୟା ମୁକାବିଲାର ସମୀକ୍ଷା କରିବେ । ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ସଚିବ, SRC ପ୍ରମୁଖ ଉପସ୍ଥିତ ରହିବେ । ଏହା ପୂର୍ବରୁ ବାତ୍ୟା ମୁକାବିଲା ନିମନ୍ତେ ପ୍ରସ୍ତୁତି ରିପୋର୍ଟକୁ SRCଙ୍କ ନିକଟରେ ଦାଖଲ କରିବାକୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଏହି ଜିଲ୍ଲାପାଳମାନେ ବୈଠକ ସମୟରେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିବେ।

ଅନ୍ୟପକ୍ଷେ, ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବାତ୍ୟା ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ ଅଛନ୍ତି । ବାତ୍ୟାକୁ ନେଇ ଭୟଭୀତ ନ ହେବାକୁ ସେ କହିଛନ୍ତି । ସେହିପରି ସେ ଆହୁରି କହିଛନ୍ତି ‘ମୁଖ୍ୟ ସଚିବ, ଏସଆରସି ସମୀକ୍ଷା କରିଛନ୍ତି। ମୁଁ ବି ସମୀକ୍ଷା କରିବି । କେବଳ ସମ୍ଭାବ୍ୟ ପ୍ରଭାବିତ ଜିଲା ନୁହେଁ, ପୂରା ୩୦ ଜିଲାରେ ପ୍ରସ୍ତୁତି ଚାଲିଛି। ୩୦ ଜିଲାରେ ଓଡ୍ରାଫ ଟିମ୍‌ ମୁତୟନ ରହିବେ, ଆର୍‌ଏଫଙ୍କୁ ମଧ୍ୟ ଆଲର୍ଟ ରଖାଯାଇଛି ।

Leave A Reply

Your email address will not be published.