କଟକ(ଓଡ଼ିଆ ନ୍ୟୁଜ୍): ଆସନ୍ତା ୧୩ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ସାଉଥ ଆଫ୍ରିକା T-20 । ଏନେଇ ବାରବାଟୀ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି । ଏହି କ୍ରମରେ ମ୍ୟାଚ ବେଳେ କିଭଳି ଶୃଙ୍ଖଳା ରକ୍ଷା କରିହେବ ସେନେଇ ତଦାରଖ କରିବା ପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ମ୍ୟାଚ୍ ପୂରା ରାଜ୍ୟବାସୀ ବେଶି ଉତ୍ସାହିତ ଅଛନ୍ତି । ବିଶେଷକରି କଟକିଆ ବେଶ ଉତ୍ସାହୀତ ହୋଇପଡିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ବାରବାଟିରେ ବସି ମ୍ୟାଚ୍ ଦେଖିଦେଖିବେ । ଏଥି ପାଇଁ ସେ ପ୍ରଥମ ଟିକଟ ମଧ୍ୟ କିଣିସାରିଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ । ସୁରକ୍ଷା ତଥା ଶୃଙ୍ଖଳାରେ ଯେମିତି ବ୍ୟତିକ୍ରମ ନଘଟେ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।