ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାହାରୁ ଚିକଚିକ କରୁଥିବା ଆମ ଶ୍ରୀମନ୍ଦିର ଅନ୍ଧାର ହେଇଯିବ | ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଖୁବ୍ ଶୀଘ୍ର ପୁଣି ଲାଇଟ ବ୍ୟବସ୍ଥା ହେବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟ ହଟାଇ ଦିଆଯିବା ଘଟଣାରେ ତଦନ୍ତ କରିବା ପାଇଁ ମୁଖ୍ୟ ସଚିବ ପ୍ରଦୀପ ଜେନା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ନିଜ ସୋଶାଲ ମିଡିଆରେ Xରେ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟକୁ ଖୋଲିନେବା ଘଟଣାର ତଦନ୍ତ କରାଯାଉ। ପୁରୀ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରନ୍ତୁ।
ଏହାସହ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହ ପୁରୀ ଜିଲ୍ଲାପାଳ ପୁନଃ ଆଲୋକୀକରଣ ବ୍ୟବସ୍ଥା କରିବା ସହ ଏହାର ସ୍ଥାୟୀ ସମାଧାନ କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏବେ ଦୂରରୁ ବଡଦେଉଳ ସଠିକ ଭାବରେ ଦୃଶ୍ୟମାନ ହେଉନାହିଁ। ବାସ୍ତବରେ ଶ୍ରୀ ସେତୁ ଉପରୁ ହେଉ ଅଥବା ବଡଦାଣ୍ଡର ଯେ କୌଣସି ସ୍ଥାନରୁ। ଦିନ କେଇଟା ପୂର୍ବରୁ ଯେମିତି ସ୍ପଷ୍ଟ ଦିଶୁଥିବା ବଡ଼ ଦେଉଳ ଆଉ ସେଭଳି ଦୃଶ୍ୟମାନ ହେଉନି।
ଗତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ କରଣ, ଆଲୋକୀକରଣ, ବଡଦାଣ୍ଡର ଆଲୋକୀକରଣ, ମେଘନାଦ ପ୍ରାଚୀରର ଆଲୋକୀକରଣ ପାଇଁ ବ୍ୟାପକ ଫୋକସଲାଇଟ ବ୍ୟବସ୍ଥା କରାଯାଇଥିଲା। ଆଲୋକୀକରଣରୟକୁ ସ୍ଥାୟୀ ନ କରି ଇଭେଣ୍ଟ କମ୍ପାନୀ ଦ୍ବାରା ଭଡା ସୁତ୍ରରେ ଲଗାଯାଇଥିଲା। ଯାହାକୁ ନେଇ ସେତେବେଳେ ଅଭିଯୋଗ ଉଠିଥିଲା। କଣ ପାଇଁ ଭଡା ସୁତ୍ରରେ ଆଲୋକୀକରଣ କରାଯାଉଛି ଓ ସ୍ଥାୟୀ ଭାବରେ ନ କରାଯାଉଛି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଥିଲେ।