ଅକ୍ଟୋବର ସୁଦ୍ଧା ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଆଭାସ ମିଳିସାରିଲାଣି। ଏଣୁ ରାଜ୍ୟର ୩ ମୁଖ୍ୟ ରାଜନୈତିକ ଦଳର ସିବିର ଚଳଚଞ୍ଚଳ ଦେଖାଦେଲାଣି। ଏହି କ୍ରମରେ କଂଗ୍ରେସ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ନେଇ ଚାଲିଛି ଜୋରଦାର ଉଦ୍ୟମ । ଅକ୍ଟୋବର ସୁଦ୍ଧା ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ ନିର୍ବାଚନୀ ଇସ୍ତାହାର କମିଟିର ଦ୍ୱିତୀୟ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋଙ୍କ ସଭାପତିତ୍ୱରେ କଂଗ୍ରେସ ଭବନରେ ଅନୁଷ୍ଠିତ ଏହି ବୈଠକରେ   ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଇସ୍ତାହାର କମିଟି ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତକରି ଲୋକପ୍ରତିନିଧି, ସାଧାରଣ ଜନତା, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମୀମାନଙ୍କ ସହ ବିଷଦ ଆଲୋଚନା କରିବ । ରାଜ୍ୟରେ ଥିବା ବିଭିନ୍ନ ବିଷୟ ବିଷାରଦମାନଙ୍କ ସହ ଆଲୋଚନା କରି ମତ ସଂଗ୍ରହ କରିବ । ଏହା ବ୍ୟତୀତ ବିଭିନ୍ନ ରାଜ୍ୟ କଂଗ୍ରେସ ଦ୍ୱାରା ପ୍ରସ୍ତୁତ ଇସ୍ତାହାର ମାନ ଅଧ୍ୟୟନ କରି ଇସ୍ତାହାର ଦସ୍ତାବିଜ ପ୍ରସ୍ତୁତ କରାଯିବ । ଏହି ସମସ୍ତ ପ୍ରକ୍ରିୟା ଅକ୍ଟୋବର ଶେଷ ସୁଦ୍ଧା ଚୂଡ଼ାନ୍ତ କରିବାକୁ   ପିସିସି ସଭାପତି  ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତଦନୁଯାୟୀ ଏହି କାର୍ଯ୍ୟ ଅକ୍ଟୋବର ଶେଷସୁଦ୍ଧା ସମାପନ କରିବାପାଇଁ ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.