ଗୁପ୍ତଧନ ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛି କୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୪ଟି ମାମଲାରେ ଆମେରିକୀୟ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।   ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆସନ୍ତା ଜୁଲାଇ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଏବଂ ସେହିଦିନ ଟ୍ରମ୍ପଙ୍କୁ ଦଣ୍ଡାଦେଶ ଦିଆଯିବ। କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ରିପବ୍ଲିକାନ ପାର୍ଟି ସଦସ୍ୟମାନେ ଏହାକୁ ବିରୋଧ କରିବା ସହିତ ଟ୍ରମ୍ପଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି।

ନଭେମ୍ବରରେ ଆମେରିକାରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବା ପରେ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ, ତାଙ୍କୁ କେତେ ବର୍ଷ ଦଣ୍ଡିତ କରାଯାଇପାରିବ ଏବଂ ଯଦି ଟ୍ରମ୍ପ ଜେଲରେ ଅଛନ୍ତି, ତେବେ ନିର୍ବାଚନ ପ୍ରଚାର ଉପରେ ଏହାର କ’ଣ ପ୍ରଭାବ ପଡ଼ିବ? କୋର୍ଟ ଟ୍ରମ୍ପଙ୍କୁ ଦୋଷୀ ଘୋଷଣା କରିଛନ୍ତି, କିନ୍ତୁ ତାଙ୍କ ଦଣ୍ଡ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଜୁଲାଇ ୧୧ତାରିଖରେ ଟ୍ରମ୍ପଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ପର୍ଣ୍ଣ ଷ୍ଟାର ଷ୍ଟୋର୍ମି ଡାନିଏଲ୍ସଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ଥିବା ଅଭିଯୋଗ ହୋଇଥିଲା ।

ଏହାକୁ ମୁହଁ ବନ୍ଦ ରଖିବା ପାଇଁ ସେ ଲାଞ୍ଚ ସ୍ୱରୂପ ତାଙ୍କୁ ଟଙ୍କା ଦେଇଥିଲେ । ଟଙ୍କା ଦେବାକୁ ଲୁଚାଇବା ପାଇଁ ନକଲି କାଗଜପତ୍ର ପ୍ରସ୍ତୁତ କରିଥିଲେ ଟ୍ରମ୍ପ । ୨ ଦିନ ଧରି ଚାଲିଥିବା ଶୁଣାଣିରେ ଯୁକ୍ତି ଶୁଣିବା ପରେ ୧୨ ଜଣିଆ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ମାମଲାର ଶୁଣାଣିକୁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ରିପବ୍ଲିକାନ୍ ପାର୍ଟି ସମ୍ମିଳନୀ ପୂର୍ବରୁ ଏହି ଦଣ୍ଡ ଘୋଷଣା କରାଯିବ। ୭୭ ବର୍ଷୀୟ ଟ୍ରମ୍ପ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି, ଯାହାଙ୍କୁ ଅପରାଧୀ ଭାବେ ଘୋଷଣା କରାଯାଇଛି। ମାତ୍ର ଟ୍ରମ୍ପ ତାଙ୍କ ବିରୋଧରେ ରହିଥିବା ମାମଲାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତଦନ୍ତରେ ତ୍ରୁଟି ରହିଥିବା ସେ କୋର୍ଟରେ କହିଛନ୍ତି।

Leave A Reply

Your email address will not be published.