୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍‌

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୦ ଫୁଟ ତଳକୁ ଖସିଲା ପିକ୍‌ଅପ୍‌, ୨ ମହିଳା ଶ୍ରମିକ ମୃତ। ୫ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅନ୍ତର୍ଗତ ଉସତାଲି ଘାଟିରେ ଏହି ଦୁର୍ଘଟଣା ଘଛି। ମୃତକଙ୍କ ପରିଚୟ ମିଳିନାହିଁ।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଆଜି ସକାଳେ ଶ୍ରମିକମାନେ ପିକ୍‌ଅପ୍‌ ଭ୍ୟାନରେ ହେମଗିରିରୁ ଡୁଡୁକା ଅଭିମୁଖେ ଯାଉଥିଲେ। ଏହି ସମୟରେ ହେମଗିରି ଥାନା ଉସତାଲି ଘାଟିରେ ଗାଡ଼ିଟି ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ୨ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଡ଼ିରେ ୭ରୁ ଅଧିକ ଶ୍ରମିକ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Comments are closed.