ଅଜଗରର ଅସାବଧାନତା ଯୋଗୁଁ ଏମିତି କଲା କୁମ୍ଭୀର, ଭାଇରାଲ ହେଉଛି ଭିଡିଓ, ଜାଣନ୍ତୁ…

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜଚ): ପାଣିରେ କୁମ୍ମୀରର ବଳ ମାପିବା ଆଉ ଜଙ୍ଗଲରେ ଅଜଗରର ବଳ ମାପିବା ନିଶ୍ଚିତ ଭାବେ ମୂର୍ଖାମୀ ହେବ । କାହିଁକି ନା ଉଭୟ ହିଂସ୍ର ଜୀବ । ଯେମିତି ପାଣିରେ କୁମ୍ଭୀର ଦେଖିଲେ ଛାତିରେ ଛନକା ପଶେ ସେମିତି ସାପ ଦେଖିଲେ ମଧ୍ୟ ମନରେ ଭୟ ସଂଚାର ହୁଏ। ହୁଏତ ମଣିଷ ପରି କିଛି ପ୍ରାଣୀଙ୍କ ପାଇଁ ସାପ ଓ କୁମ୍ଭୀର କ୍ଷତିକାରକ ହୋଇପାରନ୍ତି। କିନ୍ତୁ ଅନେକ ଜଙ୍ଗଲୀ ଜୀବଜନ୍ତୁ ଜଳଚର ପ୍ରାଣୀଙ୍କର ଏମୋନେ ବନ୍ଧୁ । ଏମାନଙ୍କୁ ଦେଖିଲେ ସେମାନେ ସେତେଟା ଭୟ କରନ୍ତି ନାହିଁ । ହେଲେ ଏହି ଉଭୟ ପ୍ରାଣୀ ଯେତେବେଳେ ମୁହାଁମୁହିଁ ହୁଅନ୍ତି ସେତେବେଳେ ନିଶ୍ଚିତ କିଛି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟେ ।

ହଁ ଆଜ୍ଞା ଏହି ଭିଡିଓଟିକୁ ଟିକେ ଭଲକରି ଦେଖନ୍ତୁ । ଭିଡିଓଟିରେ ବି କୁମ୍ଭୀରଟି ଏକ ବିରାଟକାୟ ଅଜଗର ଉପରେ ଆଟାକ କରି ବସୁଛି । ଆଉ ତାହା ପରେ ଯାହା ଘଟିଛି ଏମିତି ଦୃଶ୍ୟ ଆପଣ ହୁଏତ ଆଗରୁ କେବେ ଦେଖିନଥିବେ । ଆଉ ଆଜି ଏହି ଭିଡିଓଟିକୁ ଦେଖି ହୁଏତ ଆପଣ ଚିନ୍ତାରେ ପଡିଯିବେ । କାହିଁକି ଜାଣନ୍ତି କାହିଁକି ନା ଏଠି କୁମ୍ଭୀରଟି ଏକ ବିରାଟକାୟ ଅଜଗରକୁ ମାଡି ବସୁଛି । ଖାଲି ମାଡ଼ିବସୁନି ନିମିଷକେ ମଧ୍ୟରେ ଗିଳିମଦ୍ୟ ପକାଉଛି । ଭିଡିଓରେ ଆପଣ ଦେଖୁଥିବେ ଏକ ବଡ କୁମ୍ଭୀର ଆରାମରେ ଶୋଇ ରହିଛି । ଆଉ କିଛି ସମୟ ପରେ କୁମ୍ଭୀରଟି ସାପକୁ ଫଲୋ କରି କରି ଯାଉଛି । ସାପକୁ ଜମା ବି ଜଣାପଡିଲା ନାହିଁ କୁମ୍ଭୀର ତା ଉପରେ ଅତର୍କିତ ଆକ୍ରମଣ କରିଦେଲା । ଆକ୍ରମଣ ଏମିତି ତତକ୍ଷଣାତ ଓ ଜବରଦସ୍ତ ଭାବେ ହେଉଛିଯେ ସାପକୁ ସମ୍ଭାଳିବା ପାଇଁ ଟିକେ ହେଲେ ବି ସମୟ ମିଳୁନାହିଁ । ଆଉ କୁମ୍ଭୀରଟି ଶୀଘ୍ର ଶୀଘ୍ର ସାପକୁ ଗିଳିପକାଉଛି । ଏହି ଭିଡିଓଟିକୁ ଟ୍ୱିଟର ପେଜରେ @wildcapturd ନାମକ ବ୍ୟକ୍ତି ସେୟାର କରିଛନ୍ତି । ଯାହା ବେଶ୍ ଭାଇରାଲ ହେଉଛି ।

Leave A Reply

Your email address will not be published.