ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବନ୍ଦ ଘରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ । ସୋମବାର କଟକ ସିଡିଏ ସେକ୍ଟର -୯ ସ୍ଥିତ ଭଡା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ ଥିଲେ । ମୃତ ଅଧ୍ୟାପିକାଙ୍କ ନାମ ଅନନ୍ୟା ଚକ୍ରବର୍ତ୍ତୀ । ତାଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡିଛି । ତେବେ ସୂଚନା ମୁତାବକ, ୨ ଦିନ ହେବ ଅନନ୍ୟା କଲେଜ ଯାଇ ନଥିଲେ।
କଲେଜ କର୍ତ୍ତୃପକ୍ଷ ତାଙ୍କ ଫୋନକୁ କଲ୍ କରିଥିଲେ। ଅନ୍ୟାନଙ୍କ ଫୋନ୍ ରିଙ୍ଗ୍ ହୋଇଥିଲେ ମଧ୍ୟ ସେ ଉଠାଇ ନଥିଲେ। ଗତକାଲି ମଧ୍ୟ କଲେଜ କର୍ତ୍ତୃପକ୍ଷ ଅଧ୍ୟାପିକାଙ୍କୁ ଫୋନ୍ କରିଥିଲେ। ହେଲେ ଫୋନ୍ ରିଙ୍ଗ୍ ହୋଇ କଟିଥିଲେ ମଧ୍ୟ ଉଠାଇ ନଥିଲେ। ଏନେଇ କଲେଜ କର୍ତ୍ତୃପକ୍ଷ ପୁଲିସକୁ ଘଟଣା ସଂପର୍କରେ କହିଥିଲେ। ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଭଡ଼ା ଘରେ ପହଞ୍ଚି ଅଧ୍ୟାପିକାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ହତ୍ୟା କି ଆତ୍ମହତ୍ୟା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ ।
Comments are closed.