ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଟକର ପ୍ରସିଦ୍ଧ ସାପ ଧରାଳି ବିଭୁଦତ୍ତ ଜେନାଙ୍କ ପରଲୋକ । ବ୍ରେନ ଷ୍ଟୋକରେ ଚି୍କିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର ତଥା ବିଭିନ୍ନ ସ୍ଥାନରେ ସାପ ପଶିଗଲେ ତାଙ୍କୁ ଖୋଜା ପଡେ । ସେ ଆଗେଇ ଆସନ୍ତି ସାପ ଧରିବା ପାଇଁ । ବିଷଧର ସାପ ଧରି ଜଙ୍ଗଲରେ ଛାଡ଼ନ୍ତି ବିଭୁଦତ୍ତ ।
ସାପ ଧରାଳି ଭାବେ ବେଶ ପରିଚିତ ଥିଲେ ବିଭୁଦତ୍ତ । ତାଙ୍କର ଅକାଳ ବିୟୋଗରେ ଶୋକ ପ୍ରକାଶ ପାଇଛି ।