ଲୋକସଭାରେ ଅନାସ୍ଥା ପ୍ରସ୍ତାବକୁ ନେଇ ଚର୍ଚ୍ଚା ଆରମ୍ଭ, ନେତୃତ୍ୱ ନେଲେ କଂଗ୍ରେସ ନେତା ଗୌରବ ଗୋଗୋଇ

0

ଓଡିଆ ନ୍ୟୁଜ (ବ୍ୟୁରୋ) : ଲୋକସଭାରେ ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନେତୃତ୍ୱ ନନେଇ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଗୌରବ ଗୋଗୋଇଙ୍କ ନେତୃତ୍ବ ନେଇଛନ୍ତି । ଗୋଗୋଇ ତାଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଆମେ ଆଣିଥିବା ଅନାସ୍ଥା ପ୍ରସ୍ତାବ ସଂଖ୍ୟା ପାଇଁ ନୁହେଁ, ବରଂ ମଣିପୁରକୁ ନ୍ୟାୟ ଦେବା ପାଇଁ। ଗୃହ ସରକାରଙ୍କୁ ବଶ୍ବାସ କରୁନାହିଁ। ମଣିପୁରକୁ ନ୍ୟାୟ ଦେବାକୁ ଇଣ୍ଡିଆ ଏହି ପ୍ରସ୍ତାବ ଆଣିଛି। ଆମେ ମଣିପୁର ପାଇଁ ନ୍ୟାୟ ଚାହୁଁ। ତେବେ ପୂର୍ବରୁ ରାହୁଲ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ବୋଲି କଂଗ୍ରେସ ପକ୍ଷରୁ ଟ୍ବିଟ୍‌ କରାଯାଇ କୁହାଯାଇଥିଲା।

ଶେଷରେ ରାହୁଲ ଗାନ୍ଧୀଙ୍କ ସ୍ଥାନରେ ଗୋଗୋଇ କହିଥିବାରୁ ବିଜେପି ଏହାକୁ ଥଟ୍ଟା କରିଛି। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି, ‘ଆମେ ରାହୁଲଙ୍କୁ ଶୁଣିବାକୁ ଚାହୁଁ। ଏହି ୫ ମିନିଟ୍‌ ମଧ୍ୟରେ କ’ଣ ହୋଇଗଲା ଯେ ତାଙ୍କ ସ୍ଥାନରେ ଗୌରବ ଗୋଗୋଇ କହିବେ ବୋଲି ଘୋଷଣା ହେଲା ।

ସୂଚନାଥାଉକି, ୨୬ ଦଳ ବିଶିଷ୍ଟ ବିରୋଧୀ ଇଣ୍ଡିଆ ମେଣ୍ଟ ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଅନାସ୍ଥା ନୋଟିସ ଆଣିିଥିଲେ। ମଣିପୁର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଏହି ନୋଟିସ ଆଣିଥିଲେ। ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ବିଫଳ ହେବ। କିନ୍ତୁ ବିରୋଧୀ ସଦସ୍ୟମାୁନେ ଦାବି କରିଛନ୍ତି ଯେ ସେମାନେ ମଣିପୁର ପ୍ରସଙ୍ଗରେ ସରକାରଙ୍କ ଉପରେ ଚାପ ପକାଇ ଏହି ଲଢ଼େଇରେ ଜିତିପାରିବେ। ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏବେ ୫ଟି ଆସନ ଖାଲି ପଡ଼ିଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଲୋକସଭାରେ ୩୩୧ ସଦସ୍ୟ ଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ୧୪୪।

Leave A Reply

Your email address will not be published.