ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁଭୂତ ହୋଇନି “ଦାନା”ର ପ୍ରଭାବ | ପାଣିପାଗ ଵିଭାଗର ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା “ଦାନା” ଆସନ୍ତା ୨୪ ଓ ୨୫ ତାରିଖରେ ତାଣ୍ଡବ ରଚିବ।ବ୍ୟାପକ କ୍ଷୟକ୍ଷତି ଅନୁମାନ କରାଯାଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ପ୍ରତିଷେଧକ ପଦକ୍ଷେପ ମାନ ନିଆ ଯାଉଛି।ଆଜି ସକାଳ ୧୦ଟା ସମୟର ଚିତ୍ର ଆମେ ଦେଖେଇବାକୁ ଚାହୁଁଛୁ।
ଏହା ଭଦ୍ରକ ଅଞ୍ଚଳର ଦୃଶ୍ୟ।ପାଣିପାଗ ବିଭାଗ ଅନୁସାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠି ଭୀଷଣ ବର୍ଷା ପବନ ସହ ବାତ୍ୟାର ପ୍ରଭାବ ଅନୁଭୁତ ହେବ।ଆଗକୁ ଭୀଷଣ ବାତ୍ୟା ଆସୁଥିବା ବେଳେ ଆଜି ଯେମିତି ସବୁକିଛି ଶାନ୍ତ ରହିଛି।ଯେମିତି କି କିଛି ଅଘଟଣ ହେବାର ନାହିଁ।
ନିକଟ ଭବିଷ୍ୟତରେ ରାଜ୍ୟ ସାମ୍ନା କରିବାକୁ ଯାଉଛି ଏକ ଭୀଷଣ ବାତ୍ୟା।କିନ୍ତୁ ଆଜି ଯେମିତି ସବୁକିଛି ସାଧାରଣ ଅଛି ଭଳି ଜଣାଯାଉଛି।ପାଗ ସାମାନ୍ୟ ମେଘୁଆ ରହିଥିଲା ବେଳେ ମଝିରେ ମଝିରେ ହାଲୁକା ପବନ ବହିଯାଉଛି।ଧାନକ୍ଷେତରେ ଲହଡୁଛି ସବୁଜ ଧାନଗଛ।ସାଧାରଣ ଯାତାୟତ ସାମାନ୍ୟ ରହିଛି।