ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପରିସ୍ରା କରିବାକୁ ଆସି ଗଲା ଜୀବନ। ବାଲେଶ୍ୱର ଜିଲ୍ଲା ସନ୍ତରାଗଡିଆ ବିଟ୍ ଶ୍ରୀଦେଇପୁର ଗାଁରେ ଏହି ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ପୁଣ୍ଟି ଦେଉରି। ସୂଚନା ଅନୁଯାୟୀ ଭୋର ସମୟରେ ପୁଣ୍ଟି ପରିସ୍ରା ପାଇଁ ଘର ବାହାରକୁ |
ଆସିଥିଲେ ଏହି ସମୟରେ ସେ ହାତୀ ପଲ ହାବୁଡ଼ରେ ପଡ଼ି ଯାଇଥିଲେ। ପୁଣ୍ଟିକୁ ହତୀପଲ ଦଳି ଦେଇଥିଲେ। ପୁଣ୍ଟିଙ୍କ ଚିତ୍କାର ଓ ହାତୀର ଗର୍ଜନ ଶୁଣି ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ।
ହାତୀ ପଲଙ୍କୁ ଘଉଡାଇବା ସହ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଣ୍ଟିଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Comments are closed.