ଲୋକସଭାରେ ଶପଥ ନେବେ ଓଡ଼ିଶାର ୧୮ ସାଂସଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସଂସଦରେ ଆଜି ଶପଥ ନେବେ  ୧୮ଓଡ଼ିଆ ସାଂସଦ । ଗତକାଲି ଓଡ଼ିଶାର ଦୁଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଛନ୍ତି। ଆଜି ବାକି  ୧୮ ସାଂସଦ ଶପଥ ନେବେ ।  ଅଷ୍ଟଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିବା ବେଳେ ନବନିର୍ବାଚିତ ସାଂସଦମାନେ ଶପଥ ନେଉଛନ୍ତି ।

ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରି ମହତାବଙ୍କୁ କାମ ଚଳା ବାଚସ୍ପତି ରୂପେ ଶପଥ ପାଠ କରାଇଥିଲେ।  ଏହାପରେ ସେ ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଥିଲେ।  ଗତକାଲି ପ୍ରଥମ ଦିନରେ ପ୍ରାୟ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି। ସେଥିମଧ୍ୟରୁ ଓଡ଼ିଶାର ଦୁଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଶପଥ ଗ୍ରହଣ କରିଛନ୍ତି। ଆଜି ବାକି ୧୮ ସାଂସଦ ଶପଥ ନେବେ।  ବିଜେପିରୁ ୧୭ ଓ କଂଗ୍ରେସରୁ ଜଣେ ସାଂସଦ ଆଜି ଶପଥ ନେବେ।

ଦୁଇ ଦିନ ଧରି ନବନିର୍ବାଚିତ ସାଂସଦମାନେ ଶପଥ ନେଉଛନ୍ତି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ ଆଜି ଶପଥ ନେବେ। ଗତକାଲି ଭର୍ତ୍ତୃହରି ମହତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସାଂସଦମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।  ଆସନ୍ତା କାଲି ହେବ ବାଚସ୍ପତି ନିର୍ବାଚନ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Leave A Reply

Your email address will not be published.