ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି କଳା ଦିବସ ପାଳିବ ବିଜେପି। ଜିଲ୍ଲାଠୁ ନେଇ ରାଜ୍ୟସ୍ତର ଯାଏଁ କଳା ଦିବସ ପାଳନ କରାଯିବ। ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ। ଏହାକୁ ବିରୋଧ କରି ଜୁନ୍ ୨୫କୁ କଳା ଦିବସ ଭାବେ ପାଳନ କରି ଆସୁଛିବିଜେପି। ସବୁ ଜିଲାରେ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ବିଜେପି ପକ୍ଷରୁ ସମ୍ମାନିତ କରାଯିବ।
ଏଥିସହିତ ଜନସାଧାରଣଙ୍କୁ ଜରୁରୀକାଳୀନ ପରିସ୍ଥିତିର ଭୟାବହତା ସମ୍ପର୍କରେ ଅବଗତ କରାଯିବ ବୋଲି ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ବିରଞ୍ଚିନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି। ବିଜେପି ଉପ ସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ବିଭିନ୍ନ ଜିଲ୍ଲାରେ ଏହି କଳାଦିବସ ପାଳନ କରାଯିବ। ଏଥିସହ ସାମ୍ବାଦିକ ସମ୍ମିଳନୀ କରାଯିବ। ଓଡ଼ିଶାର ସମସ୍ତ ଜିଲ୍ଲାସ୍ତରରେ କରାଯିବ। ସେହିଦେଶରେ ବିଭିନ୍ନ ରାଜ୍ୟରେ କକଳା ଦିବସ ପଳାନ କରାଯିବ। ବର୍ତ୍ତମାନର କେନ୍ଦ୍ରର ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ଅନେକ ଓଡ଼ିଆ ପ୍ରତିଭାମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।
ବିଭିନ୍ନ ବିଭାଗରେ ଅନେକ ଓଡ଼ିଆଙ୍କୁ ସର୍ବୋଚ୍ଚ ପଦରେ ଅବସ୍ଥାପିତ କରାଯାଇଛି। ଓଡ଼ିଶାର ବିକାଶକୁ ବିଜେପି ଗୁରୁତ୍ୱ ଦେଉଥିବାବେଳେ କଂଗ୍ରେସ ତାହାକୁ ସହିପାରୁନି। ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ କଂଗ୍ରେସ ଉଭୟ ଓଡ଼ିଶା ଓ ଓଡ଼ିଆ ବିରୋଧୀ ବୋଲି କହିଥିଲେ। ଜଣେ ଓଡ଼ିଆ ସାଂସଦ ଲୋକସଭାରେ କାମଚଳା ବାଚସ୍ପତିଭାବେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଉଛନ୍ତି।