ଗଞ୍ଜାମ ଜିଲ୍ଲାର ୧୧ ଶିକ୍ଷାନୁଷ୍ଠାନର ଚେହେରା ବଦଳିବ, ୫-ଟି’ କଲେଜ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ସାମିଲ ହେବ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସ୍କୁଲ ଭଳି କଲେଜର ଆରମ୍ଭ ହୋଇଛି ରୂପାନ୍ତରୀକରଣ ।ଉଚ୍ଚଶିକ୍ଷାନୁଷ୍ଠାନର ହେବ ସର୍ବାଙ୍ଗୀନ ଉନ୍ନତି ।କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ ।ଉତ୍ତମମାନର ଲାବରୋଟୋରୀ ସାଙ୍ଗକୁ ଉନ୍ନତ ଶ୍ରେଣୀ ଗୃହରେ ପିଲାମାନେ ପାଠ ପଢ଼ିବେ ।କଲେଜକ୍ୟାମ୍ପସ୍‍ର ରୂପରେଖ ବଦଳିବ । ଅତ୍ୟାଧୁନିକ ବ୍ୟବସ୍ଥାରେ ଚମିକବ ପୂରା କଲେଜ ।ଏଥିପାଇଁ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ ।

ଗଞ୍ଜାମ ଜିଲ୍ଲାର ୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଓ ୩ଟି ଡିଗ୍ରୀକଲେଜର ରୂପାନ୍ତରୀକରଣ ପାଇଁ ରୁଙ୍ଗଟାସନସ୍‍ ପ୍ରାଇଭେଟ୍‍ ଲିମିଟେଡ୍‍ର ସିଏସ୍‍ଆର୍‍ ଫଣ୍ଡରୁ ୪ କୋଟି ୫୦ ଲକ୍ଷଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି । ଗଞ୍ଜାମଜିଲ୍ଲାପାଳଙ୍କ ତତ୍ତ୍ୱବଧାନରେ ଏହି ଅର୍ଥ କଲେଜର ଉନ୍ନତିକରଣ ପାଇଁ ଆସିଛି । ଏହାପରେକଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁଏହି ଅର୍ଥରାଶିର ଦୁଇଗୁଣା ଅର୍ଥ ୯ କୋଟି ଟଙ୍କାସରକାରଙ୍କ ଅନୁମୋଦନ ପରେ ‘ମୋକଲେଜ’ ଅଭିଯାନର ପକ୍ଷରୁ ପ୍ରଦାନ କରାଯାଇଛି ।

ଏହି ଅର୍ଥରାଶିରେ ଗଞ୍ଜାମହିଞ୍ଜିଳିକାଟୁ ବ୍ଲକ୍‍ର ଗନ୍ଦଳା-ବେଲଗାମ ସ୍ଥିତ ଶ୍ରୀବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୋଚିଲିମା ସ୍ଥିତ ଖମ୍ବେୟା ଦୋରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁୁ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାସନସ୍ଥିତଓଏଭିଏସ୍‍ ହିଞ୍ଜିଳିକାଟୁ, ଏବଂଗନ୍ଦଳା-ବେଲଗାମ ସ୍ଥିତ ଶ୍ରୀବାଲେଶ୍ୱରଡିଗ୍ରୀ ମହାବିଦ୍ୟାଳୟ,ହିଞ୍ଜିଳିକାଟୁ ମୁନିସ୍‍ପାଲିଟିର ବିଜ୍ଞାନ ଉଚ୍ଚ ମାଧ୍ୟମିକବିଦ୍ୟାଳୟଏବଂବିଜ୍ଞାନ ମହାବିଦ୍ୟାଳୟ, ଶେରଗଡ ବ୍ଲକ୍‍ର ପିତ୍ତଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକବିଦ୍ୟାଳୟ, ସେରଗଡ ଓଏଭି,ଏବଂଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ଉନ୍ନତି କରାଯିବ ।ଏହି ସବୁ ଉଚ୍ଚ ମାଧ୍ୟମିକସ୍କୁଲ ଓ ମହାବିଦ୍ୟାଳୟରେ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ, ପୁରୁଣା ଶ୍ରେଣୀ ଗୃହର ଉନ୍ନତିକରଣ, ନୂଆ ଅଡିଟୋରିୟମ୍‍, କମନ୍‍ରୁମ୍‍ ପ୍ରତିଷ୍ଠା, ଛାତ୍ର ଓ ଛାତ୍ରୀଙ୍କ ପାଇଁଶୌଚାଳୟ କରାଯିବ ।ଏହାସହ ଇ-ଲାଇବ୍ରେରୀ, କଲେଜ କ୍ୟାମ୍ପସ୍‍ର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ କଲେଜରେ ବାସ୍କେଟବଲ୍‍, ଭଲିବଲ୍‍ କୋର୍ଟ ତିଆରି ହେବ ।

Leave A Reply

Your email address will not be published.