ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଝାଡ଼ୁ ଛାଡ଼ିଛନ୍ତି ଉତ୍ତରାଖଣ୍ଡ ଆପ୍ର ମୁଖ୍ୟମନ୍ତ୍ରୀ ଚେହେରା କର୍ଣ୍ଣେଲ ଅଜୟ କୋଠିଆଲ । ଫଳରେ ଉତ୍ତରାଖଣ୍ଡରେ ଆମ୍ ଆଦମୀ ପାର୍ଟିକୁ ବଡ ଝଟକା ଲାଗିଛି। କର୍ଣ୍ଣେଲ କୋଠିଆଲ ନିଜର ଇସ୍ତଫା ପତ୍ର ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନିକଟକୁ ପଠାଇଛନ୍ତି। ସେ ଇସ୍ତଫାରେ ଇସ୍ତଫା ପତ୍ରରେ ଲେଖିଛନ୍ତି, ପୂର୍ବତନ ସୈନିକ, ପୂର୍ବତନ ଅଦ୍ଧ ସାମରିକ ବଳ, ବରିଷ୍ଠ ନାଗରିକ, ମହିଳା, ଯୁବ ବର୍ଗ ଏବଂ ବୁଦ୍ଧିଜୀବୀଙ୍କ ଭାବନାକୁ ଧ୍ୟାନରେ ରଖି ସେ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଗତ ତିନି ମାସ ପୂର୍ବେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଅଜୟ କୋଠିଆଲ ୨୦୨୨ ଫେବୃଆରୀରେ ଗଙ୍ଗୋତ୍ରୀ ଆସନରୁ ନିର୍ବାଚନ ଲଢିଥିଲେ କୋଠିଆଲ। ନିର୍ବାଚନ ହାରିବା ସହ ତୃତୀୟ ସ୍ଥାନରେ ରହିଥିଲେ । ଏଠାରୁ ବିଜେପି ପ୍ରାର୍ଥୀ ସୁରେଶ ଚୌହ୍ଵାନ ନିର୍ବାଚନ ଜିତିଥିଲେ।

ସୂଚନାଯୋଗ୍ୟ, କର୍ଣ୍ଣେଲ ଅଜୟ କୋଠିଆଲ ଭାରତୀୟ ସେନାରେ ଥିଲେ। ସେ ୨୬ ବର୍ଷ ସେନାରେ ରହି ଦେଶ ପାଇଁ କାମ କରିଛନ୍ତି। ତାଙ୍କ ବୀରତ୍ଵର ଅନେକ କାହାଣୀ ଆଜି ମଧ୍ୟ ଲୋକଙ୍କୁ ପ୍ରେରଣା ଦେଉଛି। ସେ ଗତ ବର୍ଷ ଏପ୍ରିଲ ୧୯ରେ ସେନାରୁ ସ୍ଵେଚ୍ଛାକୃତ ଅବସର ନେଇ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।