ଆଜି ବସିବ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ର ପ୍ରଥମ ବୈଠକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ବିଧିବଦ୍ଧ ଭାବେ  ବସିବା ପାଇଁ ଯାଉଛି ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କମିଟିର ପ୍ରଥମ ବୈଠକ । ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏହି ସଭାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟକ୍ଷତା କରିବେ। ଏହି ସଭାରେ ପରବର୍ତ୍ତୀ ରୋଡମ୍ୟାପ ଉପରେ ଆଲୋଚନା କରାଯାଇପାରେ । ଏକ ସମୟରେ ଲୋକସଭା ଓ ବିଧାନସଭାର ନିର୍ବାଚନ କରିବା ପାଇଁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ବିଚାର କରିବା ପାଇଁ ଏହି ବୈଠକରେ ହେବ ଆଲୋଚନ । ସୂଚନାଥାଉ ଯେ, ଲୋକସଭା ଏବଂ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକ ସମୟରେ କରାଇବାଇ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ଏହି କମିଟି ପାଖରେ ସମସ୍ତ ନିର୍ବାଚନର ଡାଟା ରହିବ । ଯାହାର ଅଧ୍ୟକ୍ଷ ହେଉଛନ୍ତି ରାମନାଥ କୋବିନ୍ଦ ।

ସେହିପରି ଅମିତ ଶାହ, କଂଗ୍ରେସ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ, ରାଜ୍ୟସଭା ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ୧୫ତମ ଅର୍ଥ କମିଶନର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ଲୋକସଭାର ପୂର୍ବତନ ସେକ୍ରେଟାରୀ ଜେନେରାଲ ସୁଭାଷ ସି କଶ୍ୟପ, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ଭିଡିଲାନ୍ସ କମିଶନର ପୂର୍ବତନ ମୁଖ୍ୟ ସଞ୍ଜୟ କୋଠାରୀଙ୍କୁ ଏହି କମିଟିର ସଦସ୍ୟ ଭାବେ କେନ୍ଦ୍ର ସରକାର ନିଯୁକ୍ତି କରିଥିଲେ । ହେଲେ ପରବର୍ତ୍ତି ସମୟରେ କଂଗ୍ରେସ ଲୋକସଭା ନେତା ଅଧୀର ରଞ୍ଜନ ଚୌଧୁରୀ ଏହି କମିଟିରୁ ଓହରି ଯାଇଥିଲେ । ସୂଚନାଥାଉ ଯେ, ୨୦୧୪ ଲୋକସଭା ନିର୍ବାଚନ ବେଳେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଥିଲା ।

Leave A Reply

Your email address will not be published.