ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଏଥିପାଇଁ ହୀରାକୁଦର ଆଉ ୪ଟି ଗେଟ ଖୋଲାଯାଇଛି । ଗତକାଲି ୩ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲାଯାଇଛି । ଏହାକୁ ମିଶାଇ ଏବେ ସମୁଦାୟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ରବିବାର ୫ଟି, ଗତକାଲି ୪ଟି ଓ ଆଜି ୩ଟି ଗେଟ ଖୋଲାଯାଇଛି ଢ ମିଳିଥିବା ସୂଚନା ମୁତାବକ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଆଉ ଏହାର ପ୍ରଭାବରେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି । ତେଣୁ ଆଉ ୪ଟି ଗେଟ ଆଜି ଖୋଲାଯାଇଛି । ଉଲ୍ଲେଖ ଥାଉ କି ରବିବାର ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଥିଲା ।
ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ୟ୍ୟାୟକ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା ।
ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦରୁ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ପାଣିପାଗ ବିଭାଗ ଆକଳନ ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସଗାରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ରରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୭ଯାଏ ତାରିଖ ବେଳକୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୪ଟି ସ୍ଲୁଇସ ଗେଟ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା ।
ସୂଚନାଥାଉକି, ଗତକାଲି(ରବିବାର) ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ଗତକାଲି ୫ ଟି ଗେଟ୍ ଖୋଲାଯାଇଥିଲା । ଗତକାଲି ୩ ଟି ଗେଟ୍ ଓ ଆଜି ୪ଟି ଗେଟ୍ ଖୋଲାଯିବା ପରେ ମୋଟ୍ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।