ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ବଡ଼ ଝଟକା ଲାଗିଛି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟର ଟିକେଟ୍ ପ୍ରତ୍ୟାଖ୍ୟାନ ହେତୁ ବିଜେପିରୁ ଇସ୍ତଫା ଦେଇଛନ୍ତି ଏବଂ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ଗୋଟିଏ ଦିନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ। ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ଜଗଦୀଶ ଶେଟ୍ଟର ରବିବାର ରାତିରେ କଂଗ୍ରେସ ନେତାମାନଙ୍କୁ ଭେଟିଥିଲେ। ବିଜେପି ଛାଡିବାବେଳେ ଶେଟ୍ଟର କହିଥିଲେ ଯେ ସେ ଭାରି ହୃଦୟରେ ଇସ୍ତଫା ଦେଇଛନ୍ତି। ସେ ଖୁବ ଶୀଘ୍ର ଆଗାମୀ ଯୋଜନା ବିଷୟରେ ପ୍ରକାଶ କରିବେ ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହାପୂର୍ବରୁ ପୂର୍ବତନ ଡେପୁଟି ସିଏମ୍ ଲକ୍ଷ୍ମଣ ସାବାଡି ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ। ସାବାଡିଙ୍କ ପରି କଂଗ୍ରେସ ମଧ୍ୟ ଶେଟ୍ଟରକୁ ଟିକେଟ୍ ଦେବାକୁ ପ୍ରତିଶୃତି ଦେଇଛି।
‘ବିଜେପି ମୋତେ ପ୍ରତ୍ୟେକ ପୋଷ୍ଟ ଦେଇଛି’
କଂଗ୍ରେସରେ ଯୋଗଦେବା ପରେ ଶେଟ୍ଟର କହିଛନ୍ତି, ‘ମୁଁ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଛି। କଂଗ୍ରେସର ସଦସ୍ୟତା ନେଇ ଅଧିକାଂଶ ଲୋକ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି। ବିଜେପି ମୋତେ ପ୍ରତ୍ୟେକ ପୋଷ୍ଟ ଦେଇଥିଲା ଏବଂ ଜଣେ କର୍ମୀ ହୋଇ ମୁଁ ସବୁବେଳେ ବିଜେପିର ବିକାଶ ପାଇଁ କାମ କରିଥିଲି ଜ୍ଝ ମୁଁ ଭାବିଲି ଜଣେ ବରିଷ୍ଠ ନେତା ହୋଇଥିବାରୁ ମୁଁ ଟିକେଟ ପାଇବି। କିନ୍ତୁ, ଯେତେବେଳେ ମୁଁ ଜାଣିଲି ଯେ ମୁଁ ଟିକେଟ୍ ପାଇନାହିଁ, ସେତେବେଳେ ମୁଁ ଆଶ୍ଚର୍ୟ୍ୟ ହୋଇଗଲି ଜ୍ଝ କେହି ମୋ ସହ କଥା ହୋଇନଥିଲେ। ମୋତେ ପରବର୍ତ୍ତୀ ସମୟରେ କେଉଁ ପୋଷ୍ଟ ମିଳିବ ବୋଲି କେହି ମୋତେ ଆଶ୍ୱାସନା ମଧ୍ୟ ଦେଇ ନାହାଁନ୍ତି।
ସୁରଜେୱାଲା ଟୁଇଟ୍ କରିଛନ୍ତି
ବିରୋଧୀଦଳର ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶେଟ୍ଟର କଂଗ୍ରେସରେ ଯୋଗଦେବା ପରେ ରଣଦୀପ ସିଂ ସୁରଜେୱାଲା ଅନେକ ଟ୍ୱିଟ୍ କରିଛନ୍ତି। ଶେଟ୍ଟରଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, ଏକ ନୂତନ ଅଧ୍ୟାୟ, ଏକ ନୂତନ ଇତିହାସ, ଏକ ନୂତନ ଆରମ୍ଭ ଜ୍ଝ ପୂର୍ବତନ ବିଜେପି ସିଏମ, ପୂର୍ବତନ ବିଜେପି ସଭାପତି, ବିରୋଧୀ ଦଳର ପୂର୍ବତନ ନେତା, ୬ ଥର ବିଧାୟକ ଜଗଦୀଶ ଶେଟ୍ଟର ଆଜି କଂଗ୍ରେସ ପରିବାରରେ ଯୋଗ ଦେଇଥିଲେ। କଂଗ୍ରେସ ଦଳ ତାଙ୍କୁ ସ୍ୱାଗତ କରୁଛି। ପରିବର୍ତ୍ତନ ଏଠାରେ ଅଛି! କଂଗ୍ରେସ ଏଠାରେ ଅଛି!