କ୍ରିକେଟରରୁ କ୍ଲର୍କ ହେଲେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ

0

ଚଣ୍ଡିଗଡ(ଓଡ଼ିଆ ନ୍ୟୁଜ୍‌): କ୍ରିକେଟରରୁ କ୍ଲର୍କ ହେଲେ ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଦୁ । କ୍ରିକେଟର୍ କ୍ୟାରିୟରରେ ବ୍ୟାଟେଲରେ ଥିବାବେଳେ ନିଜ ଘାତକ ବୋଲିଂ ଦ୍ୱାରା ଷ୍ଟାଇକରେ ଥିବା କେତେ ପୁରୁଖା ବ୍ୟାଟସମ୍ୟାନଙ୍କୁ କରିଛନ୍ତି କଲିନ୍ ବୋଲ୍ଡ । ଏହାପରେ ରାଜନୀତିରେ ପାଦ ଥାପିବା ପରେ ପଞ୍ଜାବ କଂଗ୍ରେସର ମଙ୍ଗ ଧରି ପଞ୍ଜାବ ବିକାଶ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା । ତେବେ ସିଦ୍ଦୁ ଏବେ କ୍ରୀକେଟର କି ରାଜନେତା ନୁହଁ ବରଂ କ୍ଲର୍କ । ୩୪ ବର୍ଷ ତଳର ଏକ ମାମଲାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ସିଦ୍ଧୁ ପଟିଆଲା ଜେଲ୍ରେ ସଜା କାଟୁଛନ୍ତି। ଜେଲ ରହି ଏବେ ସିଦ୍ଦୁ କ୍ଲର୍‌ର୍କ କାମ କରିବେ। ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଦୁ । ଜେଲ ମଧ୍ୟରେ ସିଦ୍ଦୁଙ୍କ ସୁରକ୍ଷା ଚ୍ୟାଲେଜିଂ ହୋଇଥିବାରୁ ସେ ଜେଲ ଅଫିସର କାମ ନିଜ ବାରାକରେ କରିବେ। ପ୍ରତିଦିନ ତାଙ୍କୁ ଜେଲ ଅଫିସ ପକ୍ଷରୁ ଫାଇଲ ପଠାଯିବ। ମଙ୍ଗବାର ଠାରୁ ହିଁ ସିଦ୍ଦୁଙ୍କ ଡ୍ୟୁଟି ଆରମ୍ଭ ହୋଇଯାଇଛି।

ସିଦ୍ଦୁଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ପଡିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ରହିବ। ଲଞ୍ଚ ବ୍ରେକ୍ ପରେ ମଧ୍ୟାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏ ତାଙ୍କୁ ପୁଣି କାମ କରିବାକୁ ପଡିବ। ଦିନରେ ମୋଟ ୫ ଘଣ୍ଟା ଡ୍ୟୁଟି କରିବେ ସିଦ୍ଦୁ । ୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ। ୩ ମାସ ପରେ ଅର୍ଦ୍ଧକୁଶଳୀ ହେବା ପରେ ତାଙ୍କୁ ଦିନକୁ ୩୦ ଟଙ୍କା ଲେଖାଏଁ ଦିଆଯିବ। କୁଶଳୀ ହୋଇଗଲେ ପ୍ରତିଦିନ ୯୦ ଟଙ୍କା ଲେଖାଏଁ ମିଳିବ ।

Leave A Reply

Your email address will not be published.