ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ମୟୂରଭଞ୍ଜ ର ସାଧାରଣ ବୈଠକ ଅନୁଷ୍ଠିତ | ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ମୟୂରଭଞ୍ଜ ର ସାଧାରଣ ବୈଠକ ସଭାପତି ରାଧାଶ୍ୟାମ ପାତ୍ର ସଭାପତିତ୍ବରେ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି |
ଏଥିରେ ବଡସାହିର ପୂର୍ବତନ ବିଧାୟକ ଗଣେଶ୍ବର ମିଶ୍ର, ଅବସରପ୍ରାପ୍ତ ଜିଲ୍ଲା ଜଜ୍ ତିରଞ୍ଜନ ପାତ୍ର, ପଡୋଶୀ ରାଜ୍ୟ ଝାଡଖଣ୍ଡ ରାଜ୍ୟର ପାତ୍ରତନ୍ତୀର ସଭାପତି ବଳରାମ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ | ପ୍ରାକ୍ତନ ମୟୂରଭଞ୍ଜ ଜିଲ୍ଲା ସଭାପତି ନରେନ୍ଦ୍ର ପାତ୍ର ମଞ୍ଚ ସଂଚାଳନ କରିଥିଲେ | ଏଥିରେ ସମ୍ପାଦକ ସୁଶାନ୍ତ କୁମାର ପାତ୍ର, ଉପସଭାପତି ଭାଗିରଥୀ ପାତ୍ର ପ୍ରମୁଖ ସହଯୋଗ କରିଥିଲେ |
ଏହି କାର୍ଯ୍ୟକ୍ରମରେ ପୁରୁଣା କମିଟୀ ଭାଙ୍ଗି ନୂତନ କମିଟୀ ଗଠନ କରାଯାଇଥିଲା | ଏଥିରେ ଜିଲ୍ଲା ସଭାପତି ଭାବେ ନରେନ୍ଦ୍ର ପାତ୍ର, ଉପସଭାପତି ଚନ୍ଦ୍ର ଶେଖର ପାତ୍ର, ଜିଲ୍ଲା ସମ୍ପାଦକ ଅରୂପ କୁମାର ପାତ୍ର, ସହ ସମ୍ପାଦକ ଭାଗିରଥି ପାତ୍ର, ସଂଗଠନ ସମ୍ପାଦକ ଶିବ ଚରଣ ପାତ୍ର, ସହ ସଂଗଠନ ସମ୍ପାଦକ କୃପାସିନ୍ଧୁ ପାତ୍ର, କୋଷାଧ୍ୟକ୍ଷ ଜୟନ୍ତ କୁମାର ପାତ୍ର ,ମହିଳା ସମ୍ପାଦିକା ଚନ୍ଦ୍ରକାନ୍ତି ପାତ୍ର,ମୋରଡା ରୁ ଧର୍ମେନ୍ଦ୍ର ପାତ୍ର, ବିଶୋଇ ରୁ ସୁବାସ ଚନ୍ଦ୍ର ପାତ୍ର, ଜାମୁଦାରୁ ବିଜୟ କୁମାର ପାତ୍ର , ରାଇରଙ୍ଗପୁର ଜୋନରୁ ସାଧାରଣ ସମ୍ପାଦକ ବିଶ୍ବନାଥ ଦାସ ଓ ବାବୁଲା ପାତ୍ର, ବାରିପଦାରୁ ସୁଶାନ୍ତ କୁମାର ପାତ୍ର, କରଞ୍ଜିଆରୁ ଯୋଗ ମୋହନ ଦାସ ଓ ତ୍ରିଲୋଚନ ପାତ୍ର, ଉଦଳାରୁ ନରସିଂହ ପାତ୍ର, କପ୍ତିପଦାରୁ ଶକ୍ତିଧର ପାତ୍ର, ବିଜାତଳାରୁ ପବିତ୍ର ମୋହନ ପାତ୍ର ଓ ଦୌପଦୀ ପାତ୍ର, ଉପଦେଷ୍ଟା ମଣ୍ଡଳୀରେ ପୂର୍ବତନ ବିଧାୟକ ଗଣେଶ୍ବର ପାତ୍ର, ଅବସରପ୍ରାପ୍ତ ଜିଲ୍ଲାଜଜ୍ ତିରଞ୍ଜନ ପାତ୍ର, ସୋମନାଥ ପାତ୍ର, ହୃଷିକେଶ ପାତ୍ର, ଡମ୍ବରୁଧର ପାତ୍ର ଓ ଜୈମୁନୀ ପାତ୍ର ପ୍ରମୁଖ ମନୋନୀତ ହୋଇଥିଲେ |