ଆମ ରାଜ୍ୟପାଳଙ୍କ ମହାନତା: ସିଂହାସନ ଛାଡ଼ି ସାଧାରଣ ଚୌକିରେ ବସିଲେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟପାଳ ନିଜର ଜ୍ଞାନର  ମହାନତା ପାଇଁ ପ୍ରଫେସର ଗଣେଶୀ ଲାଲଙ୍କ ଭୂରି ଭୂରିରି ପ୍ରସଂସାର ପ୍ରିୟପାତ୍ର ହୋଇପାରିଛନ୍ତି ।  ବଡ଼ ପଦବୀରେ ରହିଗଲେ ବ୍ୟକ୍ତିର ଜୀବନଶୈଳୀ ସତେ ଯେପରି ପରିବର୍ତ୍ତନ ଆସିଥାଏ। ଛୋଟ-ବଡ଼, ଧନୀ-ଗରିବ ଫରକ ସେହି ବ୍ୟକ୍ତିର ସମ୍ମୁଖକୁ ଚାଲିଆସେ। ହେଲେ ବଡ଼ ପଦବୀରେ ରହି ଛୋଟ-ବଡ଼ର ଫରକ୍‌ କିଛି ନଦେଖି ସମସ୍ତଙ୍କୁ ସମାନ ଦେଖୁଥିବା ମଣିଷଟି ବାସ୍ତବରେ ମହାନ। କାହିଁକିନା ନିଜ ନିଜର କର୍ତ୍ତବ୍ୟ ସମୟରେ ସମସ୍ତେ ସମାନ। ସେହିପରି ଏକ ମହାନତା ଦେଖାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଭିଆଇପି କଲଚର ଠାରୁ ବହୁତ ଦୂରରେ ରାଜ୍ୟପାଳ। ରାଜ୍ୟପାଳ ଗଣେଶୀ ଲାଲ୍‌, ଜଣେ ଜ୍ଞାନୀ, ଧାର୍ମିକ ବ୍ୟକ୍ତି ଭାବରେ ବେଶ ଜଣାଶୁଣା। ସେ ଅନେକ ସାମାଜିକ ସମସ୍ୟା ପ୍ରସଙ୍ଗ ଉଠାଇଛନ୍ତି। ହେଲେ ଏତେ ବଡ଼ ପଦବୀରେ ଥାଇ ମଧ୍ୟ ତାଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ସାଧାରଣ। ତାଙ୍କର ପ୍ରତିଟି କଥା ଅନ୍ୟକୁ ପ୍ରେରଣା ଦେଇଥାଏ।

ସୂଚନାଯୋଗ୍ୟ, ବଲାଙ୍ଗିର ଗସ୍ତରେ ଆଜି ଯାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ। ଆଜି ଲ କଲେଜରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ପ୍ରଫେସର ଗଣେଶୀ ଲାଲ। ସଭାରେ ରାଜ୍ୟପାଳଙ୍କ ସହିତ ବିଧାୟକ ନରସିଂହ ମିଶ୍ର ଏବଂ ବଲାଙ୍ଗିର ଜିଲ୍ଲାପାଳ ଥିଲେ। ରାଜ୍ୟପାଳଙ୍କ ବସିବା ପାଇଁ ଏକ ବଡ ସିଂହାସନ ରଖାଯାଇଥିଲା କିନ୍ତୁ ସେଥିରେ ବସିବା ପାଇଁ ମନାକରିଥିଲେ ରାଜ୍ୟପାଳ। ସେ ଏକ ସାଧାରଣ ଚୌକିରେ ବସିଥିଲେ। ପରେ ସିଂହାସନକୁ ଅନ୍ୟ ଏକ ପାର୍ଶ୍ୱରେ ରଖିଦିଆଯାଇଥିଲା। ଜିଲ୍ଲାପାଳ ଓ ବିଧାୟକଙ୍କ ଠାରୁ ମଧ୍ୟ ଛୋଟ ଚୌକିରେ ବସିଥିଲେ ରାଜ୍ୟପାଳ। ତାଙ୍କର ଏପରି ମହାନତା ସବୁରି ମହଲରେ ଛୁଟୁଛି ଶୁଭେଚ୍ଛାର ସଅ ।

Leave A Reply

Your email address will not be published.