ବହୁଚର୍ଚ୍ଚିତ ପେଗାସସ୍ ମାମଲାର ଶୁଣାଣି ଆଜି

0

ନୂଆଦିଲ୍ଲୀ (ଓଡ଼ିଆ ନ୍ୟୁଜ୍‌): ବହୁଚର୍ଚ୍ଚିତ ପେଗାସସ୍ ମାମଲାର ଶୁଣାଣି ଆଜି । ୪୦୦ରୁ ଅଧିକ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ ଅଭିଯୋଗ ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ପେଗାସସ୍ ମାମଲାରେ ବହୁ ରାଜନେତା, ବିରୋଧୀଦଳ ନେତା, ସଂଖ୍ୟାଲଘୁ ନେତା, ମନ୍ତ୍ରୀ, ସିବିଆଇର କିଛି ବରିଷ୍ଠ ଅଧିକାରୀ, ବିଚାରପତି, ସାମ୍ବାଦିକ, ସାମାଜିକ କର୍ମୀଙ୍କ ଫୋନ ହ୍ୟାକ ନେଇ ଗୁରୁତର ଅଭିଯୋଗ ଆସିବା ପରେ ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର.ଭି.ରବୀନ୍ଦ୍ରନଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠିତ ହୋଇଥିଲା ।

ଇସ୍ରାଏଲ ନିର୍ମିତ ଏହି ସ୍ପାଏଓ୍ୱେର ହାସଲ କରାଯାଇଛି କି ନାହିଁ ସେ ସମ୍ପର୍କରେ ଦର୍ଶାଇବା ଲାଗି ଏହି କମିଟି ଗତ ଏପ୍ରିଲ ୧୮ରେ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖିଥିଲେ । ଏନଏଓ ଗୃପର ଅଭିଯୋଗ କ୍ରମେ ସ୍ପାଏଓ୍ୱେର ପେଗାସସ୍ ଜରିଆରେ ବେଆଇନ କାର‌୍ୟ୍ୟ କରାଯାଇଛି ବୋଲି ୧୨ଟି ପିଟିସନ ଦାୟର ହୋିତିଲା । ପରେ ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ ଦର୍ଶାଇ ଘଟଣାର ସବିଶେଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଗଠନ କରିଥିଲେ କମିଟି ।

Leave A Reply

Your email address will not be published.