ଓଡିଶାରେ କାଳୀପୂଜାର ମହତ୍ୱ ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କଥାରେ ଅଛି ଓଡିଶାରେ ବାର ମାସରେ ତେର ପର୍ବ । ପ୍ରତ୍ୟେକ ମାସରେ କେଉଁ ଦେବତା ଓ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଏ ତାହାର ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି । ବର୍ଷ ତମାମ କୌଣସି ନା କୌଣସି ପୂଜା କରାଯାଇଥାଏ। ସାରା ରାଜ୍ୟରେ ଏହି କାଳୀ ପୂଜା କୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଏ। କିନ୍ତୁ ଯାଜପୁର ଓ ଭଦ୍ରକରେ କାଳୀପୂଜା ନିଆରା ଢଙ୍ଗରେ ହୋଇଥାଏ । ଏହାସହ କଟକରେ ମଧ୍ୟ ପୂଜା ଧୁମଧାମରେ ପାଳନ କରାଯାଏ ।

ବିଶେଷ କରି ଯଦି ଯାଜପୁରର କଥା କହିବା ତେବେ ବର୍ତମାନ ସମୟରେ ପ୍ରାୟତଃ ୫୦ ରୁ ଉର୍ଦ୍ଧ୍ୱ ପ୍ରତିମା ସହରର ବିଭିନ୍ନ ସ୍ଥାନରେ ପୂଜା ପାଉଥିବା ସମୟରେ ଭଦ୍ରକରେ ମଧ୍ୟ ଅନେକ ଗୁଡିଏ ପ୍ରତିମା ପୂଜା କରାଯାଏ । କାଳୀଙ୍କ ଯେଉଁ ପ୍ରତିମା ପୂଜା ପାଏ ତାହା ମଧ୍ୟ ୨ ଭାଗରେ ରହିଛି ବୋଲି ଅନେକ ଲୋକ କହନ୍ତି । ସେମାନଙ୍କ ମତରେ କାଳୀ ମୂର୍ତୀ ମାନସିକ ଓ ତାମସିକ ଏପରି ୨ ଭାଗରେ ପୂଜା କରାଯାଏ । ଭଦ୍ରକରେ କାଳୀ ପୂଜା ବହୁ ଆଡ଼ମ୍ବରରେ ପାଳନ କରାଯାଉଥିବା ବେଳେ ଏଥର ଆହୁରି ଧୁମ୍ ଧାମରେ ପାଳନ କରାଯିବ।

Leave A Reply

Your email address will not be published.