ଭାରତ-ଚୀନ ସୀମା ବିବାଦରେ ପଡିବ ପୂର୍ଣ୍ଣଛେଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ବିବାଦରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୈଦେଶିକ ସଚିବ ବିକ୍ରମ ମିସ୍ରି ଘୋଷଣା କରିଛନ୍ତି ଯେ ନିକଟରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଏଲଏସିରେ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ଏକ ବୁଝାମଣା ହୋଇଛି।  ସୀମାରୁ ସେନା ପ୍ରତ୍ୟାହାର ସହ ଉତ୍ତେଜନା ହ୍ରାସ କରିବାକୁ ଭାରତ ଓ ଚାଇନା ରାଜି ହୋଇଛି।

ଏଥିସହ ବିବାଦ କାରଣରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ବନ୍ଦ ରହିଥିବା ପାଟ୍ରୋଲିଂ ଆରମ୍ଭ କରିବାକୁ ମଧ୍ୟ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଜି ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ଘୋଷଣା କରିଛନ୍ତି। ତେବେ ସୂଚନା ମୁତାବକ, ଗତ କିଛି ସପ୍ତାହ ମଧ୍ୟରେ ହୋଇଥିବା ଆଲୋଚନା ଫଳରେ ଭାରତ-ଚୀନ ସୀମାରେ ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ବୁଝାମଣା ହୋଇଛି ଏବଂ ଏହା ୨୦୨୦ରେ ଏହି ଅଞ୍ଚଳରେ ଉପୁଜିଥିବା ସମସ୍ୟାର ସମାଧାନ କରିବାରେ ସହାୟକ ହେଉଛି।

ବୈଦେଶିକ ସଚିବ କହିଛନ୍ତି ଯେ ସୀମାରେ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଭାରତ ଏବଂ ଚୀନ୍ ଆଲୋଚନାକାରୀମାନେ ଗତ କିଛି ସପ୍ତାହ ଧରି ଯୋଗାଯୋଗରେ ଅଛନ୍ତି। ଏହି ଚୁକ୍ତି ଡେପସାଙ୍ଗ ଓ ଡେମଚୋକ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା ସହ ଜଡ଼ିତ ବୋଲି କୁହାଯାଉଛି। ୨୦୨୦ରେ ପୂର୍ବ ଲଦାଖ ସୀମାର ଗଲଓ୍ବାନ ସଂଘର୍ଷ ପରଠାରୁ ଦୁଇ ପଡ଼ୋଶୀଦେଶ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି, ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ଏବଂ କିଛି ଚୀନ୍ ସୈନିକ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.