ଆଜି ଖୋଲିବ ଭିତର ରତ୍ନଭଣ୍ଡାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଆଉଥରେ ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର । ଶୁଭବେଳା ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଖୋଲାଯିବ ।  ଗତ ରବିବାର ବାହାର ରତ୍ନଭଣ୍ଡାର ଖୋଲି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ, ଆଜି ଭିତର ଭଣ୍ଡାରର ଖୋଲିଛି । SOP ମୁତାବକ ୧୧ ଜଣିଆ ଅଧିକୃତ ଟିମ୍ ଜିଲ୍ଲା ଟ୍ରେଜେରିରୁ ଚାବି ଆଣି ଭିତର ରତ୍ନଭଣ୍ଡାରରେ ପଡ଼ିଥିବା ୨ଟି ନୂଆ ତାଲା ଖୋଲିଛନ୍ତି ।

କେହି କୌଣସି ଧାତବ ପଦାର୍ଥ କିମ୍ବା ସୁନା ଅଳଙ୍କାର ପିନ୍ଧି ଯାଇ ନାହିଁନ୍ତି । ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଓ ଆଲମାରୀରେ ଥିବା ଅଳଙ୍କାର ଗୁଡ଼ିକୁ ସୁରକ୍ଷିତ ଭାବେ ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯିବ। ସମସ୍ତ ସ୍ଥାନାନ୍ତରଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ସ୍ଥାନାନ୍ତରଣ ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲାକୁ ଜଉମୁଦ ସିଲ୍ କରାଯିବ ଏବଂ ଚାବିକୁ ପୁଣି ଟ୍ରେଜେରୀରେ ରଖାଯିବ।  ଭିତର ରତ୍ଵଭଣ୍ଡାର ସିନ୍ଦୁକ ଓ ଆଲମିରାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୂତନ ସିନ୍ଦୁକ ଓ ଆଲମିରାକୁ ରତ୍ନ ଅଳଙ୍କାର ସ୍ଥାନନ୍ତର ହେବ` ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ନୂତନ ତାଲା ଓ ଚାବି ପକାଯାଇଛି।

ରତ୍ନ ଅଳଙ୍କାର ସ୍ଥାନନ୍ତର ପରେ ଅସ୍ଥାୟୀ ଭିତର ଓ ବାହାର ରତ୍ଵଭଣ୍ଡାରରେ ପୁଣି ତାଲା ଓ ଚାବି ପକାଯିବ।ଭିତର ରତ୍ନଭଣ୍ଡାରରେ ଥୂବା ସିନ୍ଦୁକ ଓ ଆଲମିରାକୁ ମ୍ୟୁଜିୟମରେ ରଖାଯିବ। ସ୍ନେକ ହେଲ୍ପ ଲାଇନ ,ଓଡ୍ରାଫ ,ସ୍ବେଚ୍ଛାସେବୀ,ଡାକ୍ତରୀ ଟିମ,ମାଜିଷ୍ଟ୍ରେଟ ,ବୈଷୟିକ ଟିମ ମୁତୟନ ହେବେ। ଚାଙ୍ଗଡ଼ା ଘର ଓ ଫୁଲ ଶେଜ ଘରେ ଅସ୍ଥାୟୀ ଭିତର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଷ୍ଟ୍ରଙ୍ଗ ରୁମ କରାଯାଇଛି।

Leave A Reply

Your email address will not be published.