ପାରାଦୀପ(ଓଡ଼ିଆ ନ୍ୟୁଜ୍): ଫାଟିଲା ଆଇଓସିଲ୍ ପାଇପ ଲାଇନ୍, ବହିଗଲା ଶହ ଶହ ଲିଟର ତେଲ । ପାରାଦୀପରେ ଥିବା ଆଇ.ଓ.ସି.ଏଲ୍. ଟାଉନସପ୍ ନିକଟରେ ଫାଟିଲା ତେଲ ପାଇପ୍ । ପାରାଦୀପ-ହଳଦିଆ ପାଇପ୍ ଲାଇନ୍ ରୁ ହୋଇଛି ତେଲ ଲିକ୍ । ବହୁ ପରିମାଣର ଅଶୋଧିତ ତୈଳ ଲିକ୍ ହୋଇ ମାଟି ଓ ପାଣିରେ ମିଶିଛି । ମରାମତି ପାଇଁ ତୈଳ ବିଶୋଧନାଗାରର ଟେକନିକାଲ୍ ଟିମ୍ ପହଁଚି ଲିକ୍ ମରାମତି କରିବାସହ ତେଲ ସଂଗ୍ରହରେ ଲାଗିଛନ୍ତି । ଶହ ଶହ ଲିଟର ତେଲ ନଷ୍ଟ ହୋଇଥିବାର ଦେଖିବାକୁ ମିଳିଛି । ପାରାଦୀପରୁ ହଳଦୀଆକୁ ପାଇପ୍ ଲାଇନ୍ ଯୋଗେ ଏହି ଅଶୋଧିତ ତୈଳ ଯାଇଥାଏ । ତେବେ କେଉଁ କାରଣ ଯୋଗୁ ଏବଂ କେତେ ପରିମାଣର ତେଲ ଲିକ୍ ହୋଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଆଇ.ଓ.ସି.ଏଲ୍. ସିଜିଏମ୍ କହିଛନ୍ତି ।