ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୁର୍ଘଟଣା ରୋକିବା ପାଇଁ ଟ୍ରେନ ପୂଜା କଲା ଜଗନ୍ନାଥ ସେନା । ବାହାନଗା ରେଳ ଦୁର୍ଘଟଣା ପରେ ଚାଲିଛି ସିରିଜ ରେଳ ଦୁର୍ଘଟଣା। ରେଳ ଦୁର୍ଘଟଣା ରୋକିବା ପାଇଁ ପୁରୀ ରେଳ ଷ୍ଟେଶନ ୭ ନମ୍ବର ପ୍ଲାଟଫର୍ମରେ ଅଭିନବ ଉପାୟରେ ଧାରଣା ଦିଆଯିବା ସହ ଟ୍ରେନ ପୂଜା କରାଯାଇଛି। ପୁରୀ ଜଗନ୍ନାଥ ସେନା ପକ୍ଷରୁ ଏହି ପୂ୍ଜାର୍ଚ୍ଚନାର ଆୟାେଜନ କରାଯାଇଥିଲା । ମଞ୍ଚର କର୍ମକର୍ତ୍ତା ମହାପ୍ରଭୁଙ୍କ ନୀଳଚକ୍ର ବାନା,ଫଳ , ମୂଳ ,ଦୀପ ଓ ମା’ କାଳୀଙ୍କ ଫଟୋ ଧରି ଷ୍ଟେସନରେ ପହଞ୍ଚିବା ପରେ ପୂଜକଙ୍କ ଦ୍ୱାରା ଟ୍ରେନ ଧାରଣାରେ ପୂଜା କରାଯାଇଥିଲା। ଏଥିସହ ବାହାନଗା ଷ୍ଟେସନ ଦେଇ ଯାଉଥିବା ପୁରୀ– ଆନନ୍ଦବିହାର ଏକ୍ସପ୍ରେସରେ ମା’ କାଳୀଙ୍କ ଫଟୋଚିତ୍ର ଓ ପତାକା ରଖି ସ୍ଵତନ୍ତ୍ର ପୂଜାର୍ଚ୍ଚନା ସହ ନଡ଼ିଆ ଭାଙ୍ଗି ଭୋଗ କରାଯାଇଥିଲା।
ଏହି ପୂଜାରେ ସାମିଲ ହୋଇଥିଲେ ସବୁ ଜାତି ,ଧର୍ମର ଲୋକେ। ଭବିଷ୍ୟତରେ ଏପରି ଟ୍ରେନ ଦୁର୍ଘଟଣା ଯେପରି ନ ଘଟୁ ସେଥିପାଇଁ ଲୋକଙ୍କ ମା’ କାଳୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଟ୍ରେନରେ ସବୁ ସଂପ୍ରଦାୟ, ସବୁ ଧର୍ମର ଲାେକେ ଯାତାୟାତ କରୁଛନ୍ତି। ତେଣୁ ସବୁ ଧର୍ମର ଲାେକେ ଏହି ପୂଜାରେ ସାମିଲ ହୋଇ ଦୁର୍ଘଟଣା ନ ହେବା ପାଇଁ ପ୍ରାର୍ଥନା କରିଥିଲେ। ଏଠି କହିରଖିବୁ, କେବଳ ବାହାନଗା ନୁହେଁ ପରେ ପରେ ଯାଜପୁର- କେନ୍ଦୁଝର ରୋଡ଼ରେ ମାଲବାହୀ ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ, ଦୁର୍ଗ– ପୁରୀ ଏକ୍ସପ୍ରେସ ଟ୍ରେନରେ ନିଆଁ ଏମିତି ଗୋଟିଏ ପରେ ଗୋଟିଏ ଘଟରା ଘଟି ଚାଲିଛି । ସେଥିପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଟ୍ରେନ ଓ ରେଳ ଧାରଣାରେ ଏଭଳି ଅଭିନବ ପଦକ୍ଷେପ ନିଆଯାଇଛି।