ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ୍ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଚାହିଁଲେ Jeemain.nta.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା।

ସୂଚନାନୁସାରେ, ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ୟ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। ତେବେ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ଦେଇପାରିବେ। ଫାଇନାଲ୍ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ।

ନୂଆ ଶିକ୍ଷାନୀତିରେ ସିୟୁଇଟିକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯିବା ସହ ବିଭିନ୍ନ ସ୍ତରରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଉଛି । ନିକଟରେ ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ପକ୍ଷରୁ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ କେରଳ ପରି ରାଜ୍ୟର ବିଶ୍ୱବିଦ୍ୟାଳୟରେ ସିୟୁଇଟି ଲାଗୁ ନେଇ ଆଲୋଚନା ହୋଇଥିଲା । ତେବେ ଉକ୍ତ ଆଲୋଚନା ସକାରାତ୍ମକ ରହିଥିବା ୟୁଜିସି ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.