ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ । ଏହି ମନ୍ଦିରଟି ବିଶ୍ଵ ପର୍ଯ୍ୟଟନ ସ୍ଥଳୀ ମାନଚିତ୍ର ରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ୧୨ଶହ ବର୍ଷ ପୂରାତନ ଖିଚିଂ ମନ୍ଦିର କୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି ।
ଏହି ଖୀଚିଂ ମନ୍ଦିର ଟି ବିଶ୍ୱ ରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି । ତେବେ ଏହି ମନ୍ଦିର ଟି କୁହାଯାଏ କି ୯୨୦ ରୁ ୯୨୬ ଖ୍ରୀ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି । ଏଠାକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକ ଙ୍କ ଭିଡ଼ ଜମିଥାଏ | ଖିଚିଂ ମନ୍ଦିର କୁ କେବଳ ଓଡିଶା ନୁହେଁ ଓଡିଶା ବାହାରୁ ବିହାର, ଝାରଖଣ୍ଡ , କଲକତାରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥାଏ ତା ସହିତ ମା କିଚେକେଶ୍ଵରୀ ଠାକୁରାଣୀ କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ମଧ୍ୟ ଭକ୍ତଙ୍କ ସୁଅଛୁଟିଥାଏ | ତେବେ ପ୍ରତ୍ୟେକ ବର୍ଷ କାର୍ତିକ ପୁର୍ଣିମା ଦିନ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ |
ଏହି ଦୁର୍ଲଭ ବଅଥବା ସୁନାବେଶ କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ |ତେବେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା କିଚକେଶ୍ବରୀଙ୍କ ଦୁର୍ଲଭ ବେଶ ଅଥବା ମାଙ୍କର ସୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି |ଆସନ୍ତା କାର୍ତିକ ପୂର୍ଣ୍ଣିମା ଉପଲକ୍ଷେ ୨୬-୧୧-୨୦୨୩ ତାରିଖ ସମବାର ଦିନ ମାନଙ୍କ ସୁନା ଶେଷ ଅନୁଷ୍ଠିତ ହେବାକୁ ଯାଉଛି |ଏହି ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବାରୁ ଭିଡ କୁ ଦୃଷ୍ଟି ରେ ରଖି କିଭଳି ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ରେ ମାଙ୍କର ଦର୍ଶନ କରି ଆଶ୍ରିବାଦ ଲୋଭ କରିବେ ତା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୌଠକ ଅନୁଷ୍ଠିତ ହୋଇଯାଇଛି |