ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ସେନାର ଏକ ଟ୍ରକ ଉପରେ ହୋଇଥିବା ଆକ୍ରମଣ ପଛରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡ଼ିଛି । ଏହି ଆକ୍ରମଣର ଯୋଜନା ପାକିସ୍ତାନରେ ହୋଇଥିଲା । ୩ ଜଣ ଆକ୍ରମଣକାରୀ ଏହାକୁ କାର୍ଯ୍ୟକାରୀ କରିଥିଲେ ଓ ପୁଂଚ-ରାଜୌରୀ ଅଂଳର ଜଣେ ସ୍ଥାନୀୟ ଗୁଜ୍ଜର ସେମାନଙ୍କୁ ତିନିମାସ ଧରି ଆଶ୍ରୟ ଦେଇଥିଲା ।
ସେ ମଧ୍ୟ ଆତଙ୍କବାଦୀଙ୍କୁ ସ୍ଥାନୀୟ ଲଜିଷ୍ଟିକ୍ସ ସହାୟତା ଦେଇଥିଲା ।ଗୁଇନ୍ଦା ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ସ୍ଥାନୀୟ ଗୁଜ୍ଜର ୩ ମାସ ଧରି ଆତଙ୍କବାଦୀମାନଙ୍କଙ୍କୁ ନିଜ ଘରେ ରଖିଥିଲେ ଓ ସେମାନେ ନିର୍ଦ୍ଦେଶର ଅପେକ୍ଷାରେ ଥିଲେ । ଏହି ସମୟରେ ଆକ୍ରମଣକାରୀମାନେ ଭଏସ୍ ନୋଟ୍ ମାଧ୍ୟମରେ ସ୍ଥାନୀୟ ହେଣ୍ଡଲରଙ୍କ ଠାରୁ ନିର୍ଦ୍ଦେଶ ପାଇଥିଲେ ।
ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣ ପାଇଁ ପାକିସ୍ତାନରୁ ଯୋଜନା କରାଯାଇଥିଲା ବୋଲି ନିଶ୍ଚିତ ହୋଇଛି ।ଜମ୍ମୁ-କଶ୍ମୀରର ଜମ୍ମୁ ଡିଭିଜନର ପୁଞ୍ଚ ଜିଲ୍ଲାର ଭାଟା ଦୁରିଆନ୍ ଠାରେ ଏକ ନିର୍ଜନ ରାସ୍ତାରେ ସେନା ଟ୍ରକ୍ ଉପରେ ହୋଇଥିବା ଆକ୍ରମଣ ପାଇଁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଏକ ସଂଗଠନ ନିଷିଦ୍ଧ ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା । ଏହି ଆତଙ୍କବାଦୀ ସଂଗଠନ ସୋସିଆଲ ମିଡିଆରେ କିଛି ଫଟୋ ଜାରି କରି ଦାବି କରିଥିଲା ଯେ ସେମାନେ ଆକ୍ରମଣ କରିଛନ୍ତି । ଅପରେସନର ଭିଡିଓର କିଛି ଅଂଶ ଖୁବଶୀଘ୍ର ରିଲିଜ କରାଯିବ ବୋଲି ଆକ୍ରମଣକାରୀମାନେ କହିଛନ୍ତି ।