ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଔପଦା ଥାନା ରାଇରାମଚନ୍ଦ୍ରପୁର ପଞ୍ଚାୟତ ଅଧିନ ମଇଁଶାଡାଳି ଗାଁରେ ଏକ ସଭା କରି ହିନ୍ଦୁ ଧର୍ମରୁ ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତିକରଣ କରୁଥିବା ସମୟରେ ଖବର ପାଇ ଫତେପୁର ଅଞ୍ଚଳର ବଜରଙ୍ଗୀ ଦଳର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳରେ ପହଞ୍ଚି ଏହାକୁ ବିରୋଧ କରିବା ସହିତ ୪ଜଣ ବ୍ୟକ୍ତିଙ୍କୁ ଧରି ଔପଦା ପୋଲିସରେ ଜିମା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ ଔପଦା ଥାନା ମଇଁଶାଡାଳି ଗାଁରେ ଅନେକ ସମୟରେ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ଖ୍ରୀଷ୍ଟିଆନ ଧର୍ମକୁ ଧର୍ମାନ୍ତିକରଣ କରାଯାଉଥିବା ଅଭିଯୋଗ ହେଉଥିଲା। ସେହିଭଳି ଆଜି ଖଇରା ଥାନା ବାଉଁଶଗଢିଆ ଅଞ୍ଚଳରୁ ୨ଜଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବ୍ୟକ୍ତି ଆସି ୩୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ଏକ ସଭା କରିବା ସହିତ ଧର୍ମାନ୍ତିକରଣ କରୁଥିବ |
ଖବର ପାଇ ସ୍ଥାନୀୟ ବଜରଙ୍ଗୀ ଦଳର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦାମାନେ ଏକଜୁଟ ହୋଇ ଏହି ସଭାକୁ ବନ୍ଦ କରିବା ସହିତ ଧର୍ମ ପରିବର୍ତ୍ତନ ପାଇଁ ପ୍ରବର୍ତ୍ତାଉ ଥିବା ୪ଜଣ ବ୍ୟକ୍ତିଙ୍କ ସମେତ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲ ଏବଂ ଅନେକ ଖ୍ରୀଷ୍ଟ ଧର୍ମ ସମ୍ବନ୍ଧିତ ବହି ଜବତ କରି ପୋଲିସକୁ ଖବର ଦେଇଥିଲେ।ଅଭିଯୋଗ ପାଇ ଔପଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୪ଜଣଙ୍କୁ ଥାନାକୁ ନେବା ସହିତ ଅଧିକ ତଦନ୍ତ ଚଳାଇଛି ।