ରାଜ୍ଯ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି କେନ୍ଦ୍ରାପଡା ଗସ୍ତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ଯ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି କେନ୍ଦ୍ରାପଡା ଗସ୍ତ କରି ଧାନ ସଂଗ୍ରହ ପୂର୍ବରୁ ଭିତ୍ତିଭୂମି ସ୍ଥିତି ସମୀକ୍ଷା କରିଛନ୍ତି l ଏହି ଅବସରରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ମଣ୍ଡି ବ୍ୟବସ୍ଥା ସମ୍ପର୍କରେ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ l

ଧାନ ସଂଗ୍ରହ ପୂର୍ବରୁ ମଣ୍ଡିରେ ସର୍ବନିମ୍ନ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ l ପ୍ରତି ମଣ୍ଡି ପାଇଁ ଜଣେ ନୋଡାଲ ଅଫିସର ନିଯୁକ୍ତି କରାଯାଇଥିବା ବେଳେ ୫ଟି ମଣ୍ଡି ପାଇଁ ଜଣେ ସୁପରଭାଇଜର ଓ ଜଣେ ମନ୍ତ୍ରୀ ଙ୍କୁ ଦୁଇଟି ଜିଲା ଦାୟିତ୍ଵ ଦିଆଯାଇ ଥିବା ନେଇ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେବା ସହ ମଣ୍ଡିରୁ ମଧ୍ୟସ୍ଥି ବ୍ୟବସ୍ଥାକୁ ସମୁର୍ଣ୍ଣ ଲୋପ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଥିଲେ l

ତେବେ ଚଳିତ ମାସ ଶେଷ ସୁଦ୍ଧା ଇ-କେୱାଇସି ସମ୍ପୂର୍ଣ୍ଣ କରାଯିବ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଛନ୍ତି l ଏହି ସମୀକ୍ଷା ବୈଠକରେ ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, ଓ ଜିଲାର ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ l

Comments are closed.