ଶିମିଳିପାଳରୁ ଶିକାର କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରୁ କଲରା ପତରିଆ ବାଘ ଶିକାର ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଛି। କଲରା ପତରିଆ ବାଘକୁ ମାରି ତାର ଛାଲକୁ ଲକ୍ଷ ଲକ୍ଷ ଟଙ୍କାରେ ବ୍ୟବସାୟ କରିବା ପାଇଁ ଡିଲ ଚାଲିଥିବା ବେଳେ ସ୍ୱତନ୍ତ୍ର ଟିମ ସହାୟତାରେ ଉକ୍ତ ଶିକାରୀକୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ବହଲଦା ଅଞ୍ଚଳର ନେତ୍ରା ସିଂ।

ଗତ ୨୩/୦୭/୨୩ରେ ଶିମିଳିପାଳ ଅଭୟାରଣ୍ୟରୁ ୪ଟି କଲରାପତରିଆ ବାଘକୁ ମାରି ଶିକାର କରିବା ପରେ ତାଙ୍କ ଛାଲକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ଡିଲ ଚାଲିଥିବା ବେଳେ ୫ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ମୁଖ୍ୟ ତଥା ମାଷ୍ଟର ମାଇଣ୍ଡ ନେତ୍ରା ସିଂ ଘଟଣା ସ୍ଥଳରୁ ଖସିଯାଇଥିଲା। ବିଶ୍ୱସ୍ଥସୂତ୍ରରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନ ଓ ବାରିପଦା ବନଖଣ୍ଡ ପକ୍ଷରୁ ମିଳିତ ଚଢ଼ାଉ କରି ଧରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଏକ ବର୍ଷ ପରେ ମାଷ୍ଟର ମାଇଣ୍ଡ ନେତ୍ରା ସିଂ ଖୁଣ୍ଟା ଥାନା ବହଳଦା ଗାଁରୁ ଗିରଫ କରିବାରେ ବନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିମ ସଫଳ ହୋଇଛି।

ନେତ୍ରାକୁ ପଚରା ଉଚରା କରିବା ବେଳେ ସେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ସ୍ୱୀକାର କରିଥିବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥି ସହିତ ଅନେକ ଉକ୍ତ ବାଘ ଶିକାର କରି ଚମଡା ବିକ୍ରି କରିବା ଘଟଣାରେ ସମ୍ପୃକ୍ତି ଥିବା ବାବଦରେ ସବିଶେଷ ସୂଚନା ପ୍ରଦାନ କରିଛି। ନେତ୍ରା ଶିକାର କରି ଫେରାର ଥିବା ବେଳେ ବାରମ୍ବାର ସ୍ଥାନ ପରିବର୍ତନ କରୁଥିବା ବେଳେ ତାହାକୁ ଗିରଫ କରାଯାଇଛି। ଉକ୍ତ ଘଟଣାରେ ଅନ୍ୟ ଜଣେ ଫେରାର ପଳାତକ ବୁଦୁରାମ ସିଂ କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି।

Leave A Reply

Your email address will not be published.