ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । କାଲି ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପୂର୍ବରୁ ଲଗାତର ଦୁଇଟି ବୈଠକ ବସିପାରିନଥିଲା । ଏବେ କିନ୍ତୁ ବୈଠକ ବସିବାକୁ ଯାଉଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହା ପ୍ରଥମ ବୈଠକ ହୋଇଥିବାରୁ ବେଶ ଗୁରୁତ୍ୱ ବହନ କରୁଛି । ତେବେ ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିବା ବେଳେ ରତ୍ନଭଣ୍ଡାର ଖୋଲିବା, ଚାରିଦ୍ୱାର ଖୋଲିବା ଓ ବନକଲାଗି ବିଭ୍ରାଟ ପ୍ରସଙ୍ଗ ଏଜେଣ୍ଡାରେ ସ୍ଥାନ ଦିଆଯାଇନାହିଁ । ତେବେ ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି ଜୋର ଧରିବା ସହ ଅସୁରକ୍ଷିତ ରତ୍ନଭଣ୍ଡାର ଖୋଲି ମରାମତି କରିବାକୁ ଦାବି ରହିଛି । ମାତ୍ର ଏ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଜେଣ୍ଡାରେ ସ୍ଥାନ ନଦେବା ଚିନ୍ତାଜନକ ରହିଛି ।

ସେପଟେ ବନକଲାଗି ନିତି ବିଶୃଙ୍ଖଳା ପ୍ରସଙ୍ଗରେ ନିତି ସବକମିଟି ବୈଠକରେ କୌଣସି ନିର୍ଯାସ ବାହାରି ପାରି ନଥିଲା । ଏହାର ବିକଳ୍ପ ଓ କାର୍ଯ୍ୟାନୁଷ୍ଠାନ ନିତି ସବକମିଟି କ୍ଷମତା ପରିସରଭୁକ୍ତ ନୁହେଁ । ଆସନ୍ତା ପରିଚାଳନା କମିଟିରେ ଆଲୋଚନା ହୋଇ ନିଷ୍ପତି ନିଆଯିବ ବୋଲି ଖୋଦ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ହେଲେ ପରିଚାଳନା କମିଟି ବୈଠକ ସୂଚୀରେ ଏହି ପ୍ରସଙ୍ଗକୁ ବାଦ ଦିଆଯିବା ସାଙାରଣରେସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

Leave A Reply

Your email address will not be published.