ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘ମେରି ମାଟି-ମେରା ଦେଶ’ ଅଭିଯାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘ମେରି ମାଟି-ମେରା ଦେଶ’ ଅଭିଯାନ । ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ୩୦ଅଗଷ୍ଟ ପର୍ୟ୍ୟନ୍ତ ସମସ୍ତ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ କାର୍ୟ୍ୟକ୍ରମ ଆୟୋଜିତ ହେବ। ଦିଲ୍ଲୀର କର୍ତ୍ତବ୍ୟ ପଥରେ ଏହାର ସମାପ୍ତି ହେବ। ସାରା ଦେଶର ପଞ୍ଚାୟତ ମାଟିରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା’ ନିର୍ମାଣ କରାଯିବ।

ଏହା ସ୍ବାଧୀନତା, ଏକତା ଏବଂ ଅଖଣ୍ଡତାରେ ଅବଦାନ ଦେଇଥିବା ବୀରମାନଙ୍କୁ ‘ଆଜାଦୀ କା ଅମୃତ ମହୋତ୍ସବ ମେମୋରିଆଲ’ ଦିଆଯିବ। ଏହା ବ୍ୟତିତ ଗ୍ରାମଗୁଡିକରେ ପୋଖରୀ ସଂରକ୍ଷଣ ଉଦ୍ଦେଶ୍ୟରେ ସେମାନଙ୍କ କୂଳରେ ଦେଶ ଏବଂ କର୍ତ୍ତବ୍ୟ ପାଇଁ ପ୍ରାଣ ହରାଇଥିବା ଶହୀଦଙ୍କ ନାମରେ ସ୍ମାରକପତ୍ର ମଧ୍ୟ ନିର୍ମାଣ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ମଙ୍ଗଳବାର ଏକ ବିବୃତ୍ତିରେ କହିଛି ଯେ ‘ଆଜାଦୀ କା ଅମୃତ ମହୋତ୍ସବ’ ୨୦୨୧ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିଲା ଏବଂ ସାରା ଭାରତରେ ଆୟୋଜିତ ହୋଇଥିବା ଦୁଇ ଲକ୍ଷରୁ ଅଧିକ କାର୍ୟ୍ୟକ୍ରମରେ ଜନସାଧାରଣ ଅଂଶଗ୍ରହଣ କରିଥିବା ଦେଖାଯାଇଥିଲା।

Leave A Reply

Your email address will not be published.