ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମୋଦୀ ସରକାର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ସଂସଦରେ ଅନାସ୍ତା ପ୍ରସ୍ତାରବର ସାମ୍ନା କରିବେ ମୋଦୀ ସରକାର । ବିରୋଧୀମାନେ ମୋଦୀ ସରକାର ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ଲୋକସଭାରେ ଆଲୋଚନା ହେବ । ମଣିପୁର ପ୍ରସଙ୍ଗରେ ବିରୋଧୀମାନେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବିରୋଧୀମାନେ ବାରମ୍ବାର ଦାବି କରିଆସିଥିବା ବେଳେ ମୋଦୀ ଏଯାଏଁ ଏନେଇ ବିବୃତି ରଖି ନାହାନ୍ତି । ଆଜି ଅନାସ୍ଥା ପ୍ରସ୍ତାବ ଆଲୋଚନା ଆରମ୍ଭ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ବିବୃତି ରଖିପାରନ୍ତି ।

ଯଦିଓ ସଂସଦରେ ଏହି ଅନାସ୍ଥା ପ୍ରସ୍ତାବ ଫଳରେ ମୋଦୀ ସରକାରଙ୍କ ଉପରେ କୌଣସି ପ୍ରଭାବ ପନି ନାହିଁ, ତଥାପି ଏହା ଉପରେ ସମସ୍ତଙ୍କର ନଜର ରହିଛି । ଲୋକସଭାରେ ବିଜେପି ଓ ଏନଡିଏର ସଂଖ୍ୟା ଦୃଷ୍ଟିରୁ ଅନାସ୍ଥା ପ୍ରସ୍ତାବ କାଟ ଖାଇବା ଏକ ପ୍ରକାର ନିଶ୍ଚିତ । ହେଲେ ମଣିପୁର ହିଂସା ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ଘେରିଆସିଛନ୍ତି ବିରୋଧୀ ।

 

Leave A Reply

Your email address will not be published.