ଇନ୍ଦୋର(ଓଡ଼ିଆ ନ୍ୟୁଜ୍): ମାତ୍ର କେଇଟା ଟଙ୍କା ପାଇଁ ନିଜ ୧୫ ଦିନର ଜନ୍ମକଲା ଶିଶୁକୁ ବିକିଦେଲା ମାଆ । ଆଉ ସେହି ଟଙ୍କାରେ ଘର ପାଇଁ ଫ୍ରିଜ୍, ଟିଭି ଏବଂ ୱାଶିଂ ମେସିନ୍ କିଣିଆଲା ମା । ସତରେ କଣ ମାଆଟେ ଏତେ ନିଷ୍ଠୁର ହେଇପାରେ । ହଁ ଆଜ୍ଞା କଥାଟି ସତ ମଧ୍ୟପ୍ରଦେଶର ଇନ୍ଦୋରରେ ନିଜ ଛୁଆକୁ ସାଢେ ୫ ଲକ୍ଷ ଟଙ୍କାରେ ବିକିଦେଇଛି ମାଆ । ଏହି ମାମଲାରେ ପୁଲିସ ମୋଟ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ଓ ୬ ଜଣଙ୍କୁ ମଧ୍ୟ ଗିରଫ କରିଛି।
ମିଳିଥିବା ସୂଚନାନୁସାରେ, ଇନ୍ଦୋରର ହୀରା ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ସାୟନା ପୁଲିସକୁ କହିଛନ୍ତି ଯେ ସେ ଗର୍ଭବତୀ ହେବା ପରେ ତାଙ୍କ ସ୍ୱାମୀ ପିଲାଟିକୁ ନେଇ ସନ୍ଦେହ କରୁଥିଲେ। ଏହି ଛୁଆ ତାଙ୍କର ନୁହେଁ ବୋଲି ବାରମ୍ବାର କହୁଥିଲେ ଜ୍ଝ ମହିଳା ଜଣକ କହିଛନ୍ତି, ‘ମୋ ସ୍ୱାମୀ ଗର୍ଭପାତ କରିବାକୁ ଚାହୁଁଥିଲେ, କିନ୍ତୁ ସମୟ ଅଧିକ ହୋଇଯାଇଥିବାରୁ ଗର୍ଭପାତ ସମ୍ଭବ ହୋଇନଥିଲା ଜ୍ଝ ତେଣୁ ଆମେ ଦଲାଲ ମାଧ୍ୟମରେ ଶିଶୁଟିକୁ ବିକ୍ରୟ କରିବା ପାଇଁ ଯୋଜନା କରିଥିଲୁ ଏବଂ ପିଲାଟିକୁ ଦେବାସ ଅଞ୍ଚଳର ଜଣେ ଦମ୍ପତ୍ତିଙ୍କୁ ବିକ୍ରି କରିଥିଲୁ। ଶିଶୁଟିକୁ ଲୀନା ନାମକ ଜଣେ ମହିଳା କିଣିଥିବା ପୁଲିସ କହିଛି। ଲୀନା କହିଛନ୍ତି ଯେ କିଛି ଦିନ ତଳେ ତାଙ୍କର ଦୁଇ ପିଲାଙ୍କର ମୃତ୍ୟୁ ଘଟିଥିବାରୁ ସାୟନା ଛୁଆ ବିକ୍ରି କରିବାକୁ ଚାଁହୁଥିବାର ଜାଣିଥିଲୁ ଜ୍ଝ ଏହା ପରେ ସେ ପିଲାଟିକୁ ସାଢେ ପାଞ୍ଚ ଲକ୍ଷ ଟଙ୍କାରେ କିଣିଥିଲେ।