ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୫ଟି ସଚିବଙ୍କୁ ଟାର୍ଗେଟ କରୁଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସଚିବଙ୍କ ନାଁ ନ ନେଇ ପୁଣି ଟାର୍ଗେଟ କଲେ ସାସଂଦ । ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ଉତ୍ତର ଦେଇ କହିଛନ୍ତି, ଯଦି ହୁଳହୁଳି, ଚନ୍ଦନ ଏବଂ ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି ମୈଦାନକୁ ଆସିବା ପାଇଁ 5T ସଚିବଙ୍କୁ ଆହ୍ୱାନ ଦେଇଛନ୍ତି ସାଂସଦ । ଏହା ପୂର୍ବରୁ ସାଂସଦ ଏକ ପ୍ରେସ ମିଟ କରି ନା ନ ନେଇ ୫ଟି ସଚିବଙ୍କ କାମକୁ ବିରୋଧ କରିଥିଲେ । ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଖୋଲା ଚାଲେଞ୍ଜ ବି ଦେଇଥିଲେ । କହିଥିଲେ, ‘ଦମ ଅଛି ତ, ଚାକିରି ଛାଡି ମଇଦାନକୁ ଆସ । ‘ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କରିବ?’ ଶନିବାର ବି ସମାନ କଥା ଦୋହରାଇଛନ୍ତି ସାଂସଦ । ୫ଟି ସଚିବଙ୍କର ନାଁ ନ ନେଇ ସାଂସଦ ଷଡଙ୍ଗୀ କହିଛନ୍ତି, ଯଦି ରାଜନୀତି କରିବାର ଇଚ୍ଛା ତେବେ ମାସିକ ୨ ଲକ୍ଷ ଟଙ୍କାର ଲୋଭ ଛାଡିବାକୁ ପଡିବ । ୨ ଲକ୍ଷ ଟଙ୍କାର ଲାଭ ଛାଡ । ପାଉଥିବା ସମସ୍ତ ସରକାରୀ ସୁବିଧା ଛାଡି ମୈଦାନକୁ ଆସ ବୋଲି କହିଛନ୍ତି ସାଂସଦ । ସାଂସଦ କହିଛନ୍ତି, ଗତକାଲି ବିଜୁ ଜନତା ଦଳର ଷ୍ଟେଟ ଏକଜିକ୍ୟୁଟିଭ ମିଟିଂ ଥିଲା । ହେଲେ ସେହି ମିଟିଂରେ ଭିଡିଓ କନଫରେନ୍ସିରେ ବୈଠକକୁ ସମ୍ବୋଧିତ କରିଥିଲେ ୫ଟି ସଚିବ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାସଂଦ । ଜଣେ ସରକାରୀ କର୍ମଚାରୀ ବିଜୁ ଜନତା ଦଳର ନିର୍ବାଚିତ ନେତା, ମନ୍ତ୍ରୀ, ସଦସ୍ୟଙ୍କୁ ସମ୍ବୋଧିତ କରିବାର କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।
ସାସଂଦ ଅପରାଜିତା ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି, ସେ ପାଠ ପଢି ଆଇଏଏସ ହୋଇଛନ୍ତି । ତେବେ ସେ କ’ଣ ଏକଥା ଜାଣି ନାହାନ୍ତି ? ଯଦି ତାଙ୍କର ହୁଳହୁଳି ଚନ୍ଦନ, ଜିନ୍ଦାବାଦ ଦରକାର ତେବେ ଚାକିରି ଛାଡି, ଅଢେଇ ଲକ୍ଷ ଟଙ୍କାର ଲୋଭ ଛାଡି ମୈଦାନକୁ ଆସନ୍ତୁ ବୋଲି କହିଛନ୍ତି ସାଂସଦ । ତେବେ ଏଠି ସାଧାରଣରେ ଏକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି । ସାଂସଦ ବାରମ୍ବାର ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି । ହେଲେ କୌଣସି ଥର ସଚିବଙ୍କ ନାଁ ବା ତାଙ୍କ ପଦବୀର ନାଁ ନେଉଁ ନାହାନ୍ତି ? ହେଲେ କାହିଁକି ? ଜଣେ ସରକାରୀ ସଚିବ କହି ତାଙ୍କୁ କଡା ସମାଲୋଚନା କରୁଛନ୍ତି । ଅବଶ୍ୟ ନାଁ ନ ନେଲେ ବି ଓଡ଼ିଶାର ଜନତା..ନେତା ସମସ୍ତେ ବୁଝି ପାରୁଛନ୍ତି । ତେବେ ଏପରି ନାଁ ନ ଧରିବା ପଛର ରହସ୍ୟ କ’ଣ ? 5ଟି ସଚିବ ପ୍ରସଙ୍ଗକୁ ବିରୋଧୀ ଏବେ ଇସ୍ୟୁ କରିଛନ୍ତି । ସ