ଓଡିଆ ନ୍ୟୁଜ୍ (ବ୍ୟୁରୋ) : ସବୁ ପ୍ରତୀକ୍ଷାର ଘଟିଛି ଅନ୍ତି । ଆଜି ବଡ ପରଦାକୁ ଆସିଛି ସିନେମା ଜେଲର । ଏଥିରେ ସାଉଥ ସୁପରଷ୍ଟାର ରଜନୀକାନ୍ତ ଓ ତମନ୍ନା ଭାଟିଆ ଚମତ୍କାର ଅଭିନୟ କରିଛନ୍ତି । ଏହି ଫିଲ୍ମକୁ ନେଇ ଦକ୍ଷିଣ ଭାରତ ଉତ୍ସୁକତା ରହିଛି। ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ ମିଳିଛି । ହଲ ସାମ୍ନାରେ ଫ୍ୟାନ୍ସମାନେ ଡାନ୍ସ କରୁଥିବା ଦେଖିବାକୁ ମଳିଛି । ଫିଲ୍ମଟି ଅଗ୍ରୀମ ଟିକେଟ ବୁକିଂରେ ୧୩ କୋଟି ଟଙ୍କା ସଂଗ୍ରହ କରିଛି । ଫିଲ୍ମରେ ରଜନୀକାନ୍ତ ଜଣେ ଜେଲର ଭାବେ ଅଭିନୟ କରିଛନ୍ତି । ସେ ଯେଉଁ ଜେଲରେ ସେହି ଜେଲର କୁଖ୍ୟାତ ଅପରାଧୀ ରହିଛନ୍ତି । ଆଉ ଅପରାଧୀଙ୍କୁ ମୁକୁଳାଇବାକୁ ଗୋଟିଏ ଗ୍ୟାଙ୍ଗ ପ୍ରୟାସ କରୁଛି । ଯାହାକୁ ନେଇ ଏହି ସିନେମାଟି ତିଆରି ହୋଇଛି ।
ରଜନୀକାନ୍ତଙ୍କ ପ୍ରଶଂସକଙ୍କୁ ଦୃଷ୍ଟିରେ ରଖି ଚେନ୍ନାଇ ଏବଂ ବାଙ୍ଗାଲୋରରେ ସବୁ ଅନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଏହା ସହିତ ଚେନ୍ନାଇ ଏବଂ ବାଙ୍ଗାଲୋରର କେତେକ କମ୍ପାନୀ ନିଜ କର୍ମଚାରୀଙ୍କୁ ରଜନୀକାନ୍ତଙ୍କ ଫିଲ୍ମ ପାଇଁ ମାଗଣା ଟିକେଟ ବାଣ୍ଟିଛନ୍ତି । ପ୍ରଶଂସକମାନେ ହଲ ସାମ୍ନାରେ ଭିଢ ଜମାଇଥିବା ଦେଖିବାକୁ ମିଳିଛି । ହଲ୍ ଆଗରେ ରଜନୀକାନ୍ତଂକ ଫଟୋ ଲଗାଇବା ସହ ଡିଜେ ବଜାଇ ଡାନ୍ସ କରୁଛନ୍ତି ଦର୍ଶକ । ଏପରିକି ରଜନୀକାନ୍ତଙ୍କ ଫଟୋରେ କ୍ଷୀର ଢାଳୁଛନ୍ତି ଫ୍ୟାନସ୍ ।
ସୂଚନାଥାଉକି, ଆଜି ସକାଳ ୬ଟାରେ ଆରମ୍ଭ ହୋଇଥିଲା ପ୍ରଥମ ସୋ । ଫିଲ୍ମ ଦେଖିବା ପରେ ସୁପର ଡୁପର୍ ହିଟ୍ ବୋଲି କହିଛନ୍ତି ଦର୍ଶକ। ଆଗୁଆ ଟିକେଟ ବୁକିଂରେ ରେକର୍ଡ ଭାଙ୍ଗିଛି ଜେଲର୍ । ଗତକାଲି ସୁଦ୍ଧା କେବଳ ଭାରତରେ ୧୩ କୋଟି ଟଙ୍କାର ବୁକିଂ ହୋଇଥିଲା। ଏପରିକି ଟ୍ୱିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ଲାକ୍ରେ ଟିକେଟ ମିଳୁଛି, ଯାହାର ମୂଲ୍ୟ ୫୦୦୦ ଟଙ୍କା ପର୍ୟ୍ୟନ୍ତ ରହିଛି। ଫିଲ୍ମରେ ରଜନୀକାନ୍ତ ଜଣେ ଜେଲର ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ ହେବା ପୂର୍ବରୁ ରଜନୀକାନ୍ତଙ୍କ ପ୍ରସଂଶକ ଛୁଟି ପାଇଁ ଅଫିସରେ ଆବେଦନ କରିଥାନ୍ତି। ଯାହାଦ୍ୱାରା ସେମାନେ ପ୍ରଥମ ଦିନ ପ୍ରଥମ ଶୋ ଦେଖି ପାରିବେ। ଚଳିତଥର ମଧ୍ୟ ଏହି ଧାରା ଜାରି ରହିଛି। ଚେନ୍ନାଇ ଓ ବାଙ୍ଗାଲୋରର କିଛି କମ୍ପାନୀ ଫିଲ୍ମ ରିଲିଜକୁ ଦୃଷ୍ଟିରେ ରଖି ୧୦ ତାରିଖକୁ ଘୋଷଣା କରିଛନ୍ତି। ମଦୁରାଇର ୟୁନୋ ଏକ୍ସୋ କେୟାର ନାମକ ଏକ କମ୍ପାନୀ ତାର ସମସ୍ତ ଶାଖାକୁ ଛୁଟି ଘୋଷଣା ସହ ସବୁ କର୍ମଚାରୀଙ୍କୁ ମାଗଣା ଟିକେଟ୍ ଦେଇଛି।