ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘର ଭିତରେ ଯୁବକ ଙ୍କ ରହସ୍ୟ ଜନକ ମୃତ ଦେହ ଉଦ୍ଧାର | ଯୁବକ ଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର | ଘରୋଇ କଳହ ରୁ ଆତ୍ମହତ୍ୟା କରିଥିବା ସନ୍ଧେହ |
ଡେରାବିଶ ଥାନା ଅନ୍ତର୍ଗତ ପଲେଇ ପଞ୍ଚାୟତ ଡେରାକୁଣ୍ଡି ଗାଁ ର ପାଣ୍ଡଵ ମହାନ୍ତି ଙ୍କ ପୁଅ ନନ୍ଦ କିଶୋର ମହାନ୍ତି ଓ ବୋହୁ ଦିପ୍ତିମୟୀ ମହାନ୍ତି ଙ୍କ ଭିତରେ ଘରୋଇ କଳହ ବାରମ୍ବାର ଲାଗି ରହୁଥିଲା | ଆଜି ସକାଳୁ ନନ୍ଦ କିଶୋରଙ୍କ ମୃତ ଦେହ ତାଙ୍କ ବାସ ଭବନ ରେ ପଡି ରହିଥିଲା |
ତେବେ କିଭଳି ଓ କୋଉ ପରିସ୍ଥିତି ରେ ତାଙ୍କର ମୃତୁ ହେଲା ସ୍ତ୍ରୀ ଦିପ୍ତିମୟୀ କହିବାକୁ ନାରାଜ | ଘଟଣା ସ୍ଥଳ ରେ ଡେରାବିଶ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ବ କରିବା ସହ ମୃତକ ଙ୍କ ଶବ ବ୍ୟବଛେଦ ପାଈଁ ପଠାଇଛନ୍ତି |