ଅନନ୍ତଙ୍କ ହାତ ଧରିଲେ ରାଧିକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶର ବହୁଚର୍ଚ୍ଚିତ ଅମ୍ବାନି ପରିବାରର ବିବାହ ସମ୍ପନ୍ନ ହୋଇଛି। ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ବହୁ ଆଡମ୍ବର ସହ ଗତକାଲି ସମ୍ପନ୍ନ ହୋଇଛି।  ତିନି ଦିନ ଧରି ବିବାହର ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ପ୍ରଥମ ଦିନରେ ଶୁଭ ବିବାହ ହୋଇଥିବା ବେଳେ ଦ୍ୱିତୀୟ ଦି ଜୁଲା ୧୩ରେ ଶୁଭ ଆଶୀର୍ବାଦ ଓ ଜୁଲାଇ ୧୪ରେ ମଙ୍ଗଳ ଉତ୍ସବ ବା ଭୋଜି ଆୟୋଜିତ ହେବ । ବିବାହ ଉତ୍ସବରେ ଅନନ୍ତ ଲାଲ ଓ ସୁନେଲି ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ରାଧିକା ଲାଲ ଓ ଧଳା ରଙ୍ଗର ଲେହଙ୍ଗା ପରିଧାନ କରିଥିଲେ । ପ୍ରାୟ ୫ହଜାର କୋଟି ଟଙ୍କାର ଏହି ବ୍ୟୟବହୁଳ ବିବାହ ଉତ୍ସବରେ ଦେଶ ଓ ବିଦେଣର ନାମୀଦାମୀ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ରାଜନେତା, ହଲିଉଡ ଓ ବଲିଉଡ ଅଭିନେତା, ଅଭିନେତ୍ରୀ ସାମିଲ ହୋଇଥିଲେ ।

ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ଗ୍ରାଣ୍ଡ ବିବାହ ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଏଥିସହ ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ ଶେଷ ହୋଇଛି। ଚର୍ଚ୍ଚା ହେଉଛି, ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୩ରୁ ୫ ହଜାର କୋଟି ଟଙ୍କା । ନବ ବିବାହିତ ଅନନ୍ତ-ରାଧିକା ପରସ୍ପରକୁ ୭ଟି ବଚନ ଦେଇଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଉଭୟ ଲିଖିତ ଭାବେ ୭ ବଚନ ଦେଇଛନ୍ତି ।

Leave A Reply

Your email address will not be published.